Home ଓଡ଼ିଶା ଜିଲ୍ଲାରେ ପ୍ରଥମ ଥର କରି ନିଟ୍‌(ୟୁଜି) ପ୍ରବେଶିକା ପରୀକ୍ଷାକେନ୍ଦ୍ର, ୩୨୦ ଛାତ୍ର ଛାତ୍ରୀ ପରୀକ୍ଷା ଦେଲେ

ଜିଲ୍ଲାରେ ପ୍ରଥମ ଥର କରି ନିଟ୍‌(ୟୁଜି) ପ୍ରବେଶିକା ପରୀକ୍ଷାକେନ୍ଦ୍ର, ୩୨୦ ଛାତ୍ର ଛାତ୍ରୀ ପରୀକ୍ଷା ଦେଲେ

67

ମାଲକାନଗିରି,୧୨ା୯ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ପ୍ରଥମ ଥରକରି ସବ ର୍ଭାରତୀୟ ଏନଇଇଟି(ନିଟ୍‌)(ୟୁଜି) ପରୀକ୍ଷା କେନ୍ଦ୍ର କରାଯାଇଛି । ଜିଲ୍ଲାସଦର ମହକୁମା ଠାରେ ଥିବା କେନ୍ଦ୍ରୀୟବିଦ୍ୟାଳୟ ଓ ଗନ୍ଧିପାଲି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ମୋଟ ୩୨୦ ଛାତ୍ର ଛାତ୍ରୀ ସବ ର୍ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । କେନ୍ଦ୍ରୀୟବିଦ୍ୟାଳୟ ନିଟ୍ ସେଟଂରରେ ୧୮୦ଜଣ ଓ ଓଡିଶା ଆଦର୍ଶବିଦ୍ୟାଳୟ ସେଟଂରରେ ୧୪୦ଜଣ ଛାତ୍ର ଛାତ୍ରୀ ଶାନ୍ତି ସୃଙ୍ଖଳାର ସହ ପରୀକ୍ଷା ଦେଇଛନ୍ତି । ଏହି ଦୁଇଟି ପରୀକ୍ଷା କେନ୍ଦ୍ରରେ ଦୁଇଜଣ ଅବଜବ ର୍ର ଓ ୨୭ଜଣ ଇନଭିଜିଲେଟର ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି,ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଦୁଇଟି ପରୀକ୍ଷା କେନ୍ଦ୍ର ପରିଚାଳନା କରାଯାଇଥିଲା । କଡା ପୁଲିସ ସୁରକ୍ଷା ମଧ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡାଯାଇଥିଲା , ସେମାନଙ୍କୁ ମୋବାଇଲ ଫୋନ,ଏମତିକି କୌଣସି ଅଳଙ୍କାର ପିନ୍ଧି ଯିବାକୁ ବାରଣ କରାଯାଇଥିଲା ।କେବଳ ଏଡମିଟ କାର୍ଡ ଓ ଆଧାର କାର୍ଡ ଧରି ଛାତ୍ର ଛାତ୍ରୀ ମାନଙ୍କୁ ଜାଚଂକରିବାପରେ ଦିନ୧୨ଟା ଠାରୁ ପରୀକ୍ଷା କେନ୍ଦ୍ରରେ ଭିତରକୁ ଛଡାଯାଇଥିଲା । ସମସ୍ତଙ୍କୁ ମାସ୍କ ପିନ୍ଧିବା,ସମାଜିକ ଦୂରତା ଅବଲମ୍ବନ କରିବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା । କୋଭିଡ ନିୟମ ମାନି କରୋନା କଟକଣା ମଧ୍ୟରେ ପରୀକ୍ଷା କରାଯାଇଥିଲା ।ପରୀକ୍ଷା ମଧ୍ୟାହ୍ନ୨ଟା ଠାରୁ ସନ୍ଦ୍ୟା୫ଟା ପର୍ଯ୍ୟନ୍ତ ୩ଘଟାଂ ଧରି ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାର୍ଥୀ ମାନେ ପୁବ ର୍ରୁ ଅଧିକ ଖର୍ଚାନ୍ତ ହୋଇ ଭୁବନେଶ୍ୱର, ବ୍ରହ୍ମପୁର,ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶର ବିଶାଖାପାଟଣା,ଛତିଶଗଡ ରାଜ୍ୟର ରାୟପୁର କୁ ନିଟ୍ ପରୀକ୍ଷା ଦେବା ପାଇଁ ଦୁଇଦିନ ତନିଦିନ ଆଗରୁ ଯାଉଥିଲେ । ଚଳିତ ବଷ ର୍ ନିଜ ଅଚଂଳ ମାଲକାନଗିରି,କୋରାପୁଟ,ରାୟଗଡା ଜିଲ୍ଲାରେ ପ୍ରଥମ ଥରକରି ନିଟ୍ ପରୀକ୍ଷା କେନ୍ଦ୍ର କରାଯାଇଥିବାରୁ ପରୀକ୍ଷାର୍ଥୀ ଓ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.