ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଦରରେ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କାରେ ମଣ୍ଡି ଜରିଆରେ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣିବା ନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ନେଇ ଧାନ କିଣା କାର୍ଯ୍ୟ ଚାଲୁ ରହିଛି। ପ୍ରଦତ ସୂଚନା ଅନୁଯାୟୀ ଅଦ୍ୟାବଧି ୫୦,୦୧୭ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ସମୁଦାୟ ୨୧,୨୫,୯୯୯ କ୍ୱିଂଟାଲ ଧାନ କିଣା ସରିଛି। ଧାନକ୍ରୟ ବାବଦ ୪୦,୯୯୯ ଜଣ ଚାଷୀଙ୍କୁ ସମୁଦାୟ ୪୦୧,୯୯,୫୫,୨୪୯ ଟଙ୍କା ପଇଠ କରାଯାଇ ସାରିଛି। ଭଦ୍ରକ ଜିଲ୍ଲାପାଇଁ ୩୪,୧୧,୪୪୧ କ୍ୱିଂଟାଲ ଧାନ କିଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲାରୁ ୨୨ ଜଣ ଓ ଜିଲ୍ଲା ବାହାରୁ ୨୩ ଜଣ ମିଲର ଧାନ କିଣାରେ ପ୍ରଶାସନ ତରଫରୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ ଜିଲ୍ଲାବାହାରୁ ଆସିଥିବା ୧୯ ଜଣ ମିଲର ଓ ଜିଲ୍ଲାର ୨୨ ଜଣ ମିଶି ସମୁଦାୟ ୪୧ ଜଣ ମିଲରଙ୍କ ଦ୍ୱାରା ଏବେ ଧାନ କିଣା ଜାରି ରହିଛି। ସମୁଦାୟ ଧାର୍ଯ୍ୟ ଲକ୍ଷ୍ୟରୁ ୨୮,୯୪,୯୮୭ କ୍ୱିଣ୍ଟାଲ ଧାନ କିଣାପାଇଁ ବଂଟନ କରାଯାଇଛି। ୩,୫୯,୬୬୪.୮୧ କ୍ୱିଂଟାଲ ଧାର୍ଯ୍ୟ ଲକ୍ଷ୍ୟ ବାଂଟିବା ପାଇଁ ବାକି ଅଛି। ଏବେ ସୁଦ୍ଧା। ମିଲର ମାନେ ମଣ୍ଡିରୁ ୧୯,୧୩,୩୩୨.୬୯ କ୍ୱିଂଟାଲ ଧାନ ଉଠାଇ ସାରିଛନ୍ତି। ୨,୧୨,୬୬୬.୫୧ କ୍ୱିଂଟାଲ ଧାନ ଏବେ ସୁଦ୍ଧା ମଣ୍ଡିରେ ପଡ଼ି ରହିଛି।ଖୁଂଟିଆ ସଭା ସଂଚାଳନା କରିଥିଲେ ।ଏହି ଅବସର ରେ ସେବା ନିବୃତ ବ୍ଲକ ଶିକ୍ଷା ଅଧିକାରି ଗଦାଧର ଜେନା, ପ୍ରାକ୍ତନ ଅନୁଶୀକ୍ଷାଧିକାରୀ ନିରଞ୍ଜନ କର, ଶିକ୍ଷାବିତ ରାମଚନ୍ଦ୍ର ସାହୁ, ପ୍ରାକ୍ତନ ଶିକ୍ଷାଧିକାରୀ ଚିତରଞ୍ଜନ ତ୍ରିପାଠୀ, ଶ୍ରୀଚରଣ ମଲ୍ଲିକ, ପୂର୍ବତନ ଅନୁଶୀକ୍ଷାଧିକାରୀ ଅନିଲ ବଳ, ପୂର୍ବତନ ଶିକ୍ଷକ ଭାସ୍କର ସାମଲ, ଚୈତନ୍ୟ ଶଙ୍ଖୁଆ, ଗଙ୍ଗାଧର ଦେହୁରୀ, ଶୋଭାରାଣୀ ପଣ୍ଡା, ଅନୁଶୀକ୍ଷାଧିକାରୀ ରସୁଲପୁର ଶ୍ରୀମତୀ ଶାନ୍ତିଲତା ରାଉତ, ପ୍ରାକ୍ତନ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଶୋକ କୁମାର ନାୟକ, ସାଧନ କେନ୍ଦ୍ର ସଂଯୋଜକ ମହମ୍ମଦ ମୁଜାଫର, ଶିକ୍ଷକ ନେତା ସନ୍ତୋଷ ସାହୁ, ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଅବସର ନେଇଥିବା ଶିକ୍ଷୟତ୍ରୀ ଙ୍କ ସମ୍ପର୍କ ରେ ବକ୍ତ୍ୱ୍ୟ ପ୍ରଦାନ କରିଥିଲେ। ଏହି ଅବସର ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।ପରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥି ଓ ବିଦାୟିଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ଶେଷରେ ଶିକ୍ଷୟତ୍ରୀ ମନୋରମା ପତି ଧନ୍ୟବାଦ ଅର୍ପଣ କରିଥିଲେ ।