Home ଜିଲ୍ଲା ପରିକ୍ରମା ଜିଲ୍ଲାର ଅନେକ ସ୍ୱାସ୍ଥ କେନ୍ଦ୍ରରେ ଡାକ୍ତର ନଥିବା ବେଳେ ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ 

ଜିଲ୍ଲାର ଅନେକ ସ୍ୱାସ୍ଥ କେନ୍ଦ୍ରରେ ଡାକ୍ତର ନଥିବା ବେଳେ ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ 

346

ଯାଜପୁର୧୯ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସରକାର ରୋଗୀ ସେବାକୁ ପ୍ରାଧାନ୍ୟ ଦେବା ସହ ମୋ ସରକାର ଓ ୫ଟି ମାଧ୍ୟମରେ ଚିକିତ୍ସାଳୟ ଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ବ୍ୟବସ୍ଥା କରିଚ୍ଥନ୍ତି ।  ତେବେ ସମସ୍ତ ଅଧିକାରୀ, କର୍ମଚାରୀ ମାନେ ଏହାକୁ ଉତ୍ତରଦାୟୀ ଭାବେ ପାଳନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି ।  ବୁଧବାର ପୂର୍ବାହ୍ନରେ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟକୁ  ଜିଲ୍ଲାପାଳ ଶ୍ରୀ ଦାସ ଅଚାନକ ଗସ୍ତ କରିଥିଲେ ।  ବର୍ହି ଓ ଅନ୍ତଃ ବିଭାଗ ଗୁଡିକ ପରିଦର୍ଶନ କରିବା ସହ ରୋଗୀ ମାନଙ୍କ ସହ ଆଲୋଚନା କରି ସମସ୍ୟା ଓ ଯୋଗାଇ ଦିଆଯାଉଥିବା ସେବା ସଂପର୍କରେ ପଚାରି ବୁଝିଥିଲେ ।  ରୋଗୀମାନେ ଚିକିତ୍ସା ପାଇଁ ନାମ ପଞ୍ଜିକରଣ ଓ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ପଞ୍ଜିକରଣ ସ୍ଥଳରେ ଲମ୍ୱା ଲାଇନ ଦେଖି ଜିଲ୍ଲାପାଳ ଉଦ୍‌ବେଗ ପ୍ରକାଶ କରିଥିଲେ ।  ହଠାତ୍ ସି.ଡି.ଏମ୍‌.ଓ. ଏବଂ ହସ୍ପିଟାଲ ମ୍ୟାନେଜରଙ୍କୁ ଡକାଇ ରୋଗୀ ଅପେକ୍ଷା ସ୍ଥଳରେ ଅଧିକ ଚେୟାର ବ୍ୟବସ୍ଥା କରିବା, ଡିସ୍‌ପ୍ଳେ ବୋର୍ଡ ମାଧ୍ୟମରେ କ୍ରମିକ ନମ୍ୱର ଅନୁସାରେ ଡାକିବାକୁ ପରାମର୍ଶ ଦେଇଥିଲେ ।  ନିଜ କ୍ରମିକ ନମ୍ୱର ଆସିବା ପର‌୍ୟ୍ୟନ୍ତ ରୋଗୀ ଅପେକ୍ଷା ସ୍ଥଳର ଚେୟାରରେ ଆରାମରେ ବସି ପାରିବେ ।  ସେହି ପ୍ରକାରେ ରୋଗୀ ମାନଙ୍କ ନାମ, ବିଭିନ୍ନ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ ।  ଔଷଧ ବିତରଣ କେନ୍ଦ୍ର ନିକଟରେ ସେଡ୍ ତୁରନ୍ତ କରିବା, ଶିଶୁ ଓ ପ୍ରସୂତି ବିଲ୍‌ଡିଙ୍ଗ କ୍ୟାବିନ ବ୍ୟବସ୍ଥା କରିବା, ରୋଗୀଙ୍କ ନିକଟରେ ଅଧିକ ଲୋକ ଯେପରି ନ ରୁହନ୍ତି ସେଥିପ୍ରତି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ପରୀକ୍ଷା ନିରୀକ୍ଷା ଗୁଡିକ ଯଥା- ରକ୍ତ, ମଳ,ମୂତ୍ର, ଏକ୍ସରେ, ଅଲଟ୍ରା ସାଉଣ୍ଡ ଇତ୍ୟାଦି ଚିକିତ୍ସାଳୟରେ କରାଇବାକୁ ସେ ପରାମର୍ଶ ଦେଇଥିଲେ ।  ବାହାରକୁ ରୋଗୀ ମାନଙ୍କୁ ପଠାଇ ଅଯଥା ଖର୍ଚ୍ଚାନ୍ତ ନ କରିବାକୁ ସେ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କୁ କଡା ତାଗିଦ କରିଥିଲେ ।  ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସି.ଡି.ଏମ୍‌.ଓ. ଡା. ଅରୁଣ କୁମାର ପାତ୍ରଙ୍କ ସମେତ ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ ।  ଜିଲ୍ଳ୍‌ାପାଳ ଓ ଅନ୍ୟମାନେ ଡାକ୍ତରଖାନାର ଚକ୍ଷୁ ବିଭାଗ, ଅନ୍ୟାନ୍ୟ ପାରିପାଶ୍ୱର୍ିକ ସ୍ଥିତିକୁ ପରଖି ଥିଲେ । ଜିଲ୍ଲାପାଳ ଯାଜପୁରର ମୂଖ୍ୟ ଚିକିତ୍ସାଳୟକୁ ଗୁରୁତ୍ୱ ଦେଉଥିବା ବେଳେ ଜିଲ୍ଲାରେ ଥିବା ଅନେକ ଗୁଡିଏ ଆସୁଚିକିତ୍ସା କେନ୍ଦ୍ର ଗୁଡିକୁ ନଜର ନଦେବା ସାଧାରଣ ଲୋକମାନଙ୍କ ଚିକିତ୍ସା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଖବର ନେବାରୁ ଜଣାପଡିଛି ଯେ କୋରଇ ବ୍ଲକ୍ ରେ ଥିବା କୋରଇ ପିଏଚସିରେ ଆବଶ୍ୱକତା ଅନୁଯାଇ ଡାକ୍ତର ନଥିବା କରଣରୁ ରୋଗୀ ମାନେ ଚିକିତ୍ସା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବା ଦେଖାଯାଇଛି । ସେହିପରି କୋରାଇ ବ୍ଲକ ପଚ୍ଛିକୋର୍ଟରେ ଥିବା ସରକାରୀ ଆସୁଚିକିତ୍ସା କେନ୍ଦ୍ରଟି ବିନା ଡାକ୍ତରରେ ଜଣେ ଫାରମାସିଷ୍ଟରେ ଚାଲିଥିବା ବେଳେ ବନ୍ଦାଳ ଗ୍ରାମପଞ୍ଚାୟତରେ ଥିବା ପ୍ରଥମିକ ସ୍ୱସ୍ଥକେନ୍ଦ୍ରଟି ବିନା ଡାକ୍ତରରେ ବନ୍ଦ ହୋଇରିବା ଦେଖାଯାଇଛି । ସେହିପରି ମୁକୁନ୍ଦପୁର ଗ୍ରାମପଞ୍ଚାୟତ ଓଶଳା ଗ୍ରାମରେ ଥିବା ସରକାରୀ ହେମିଓପାଥି ମେଡିକାଲଟିରେ ତାଲା ଝୁଲିବା ଦେଖି ଜିଲ୍ଲାପାଳଙ୍କ  ସରକାର ରୋଗୀ ସେବାକୁ ପ୍ରାଧାନ୍ୟ ଦେବା ସହ ମୋ ସରକାର ଓ ୫ଟି ମାଧ୍ୟମରେ ଚିକିତ୍ସାଳୟ ଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ବ୍ୟବସ୍ଥା କରିବାରେ କେତେ ତତ୍ ପର ତାହା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.