Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ବେସରକାରୀ ହସପିଟାଲ ଗସ୍ତ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ...

ଜିଲ୍ଲାପାଳଙ୍କ ବେସରକାରୀ ହସପିଟାଲ ଗସ୍ତ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ

54

ପୁରୀ, ୨୯।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବେସରକାରୀ ହସପିଟାଲ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରିଛନ୍ତି। ବାଲିଘାଟସ୍ଥିତ ରମାମଣୀ ହସପିଟାଲ ଗସ୍ତକରି ଜିଲ୍ଲାପାଳ ସେଠାରେ ଚିକିତ୍ସିତ ୩ ଜଣ ରୋଗୀଙ୍କ ସହ କଥାବାର୍ତ୍ତା କରିବା ସହ ସେମାନଙ୍କ ସଂପର୍କରେ ଭଲମନ୍ଦ ପଚାରି ବୁଝିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା, ହସପିଟାଲ କର୍ତ୍ତୃପକ୍ଷଙ୍କ ରୋଗୀ ମାନଙ୍କ ପ୍ରତି ବ୍ୟବହାର ଆଦି ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପକ୍ଷରେ ରୋଗୀ ମାନେ ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରି ମଧ୍ୟ ଖୁସିବ୍ୟକ୍ତ କରିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଡିପିଏମ ଟି. ନାରାୟଣ ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଂଯୋଜକ ଶ୍ରୀ ବିଭୂପ୍ରସାଦ ପ୍ରମୁଖ ଇ-୨୪ ହସପିଟାଲ ଗସ୍ତକରି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.