Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

14

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଯୁକ୍ତି ନମିଳିବାରୁ ଭଦ୍ରକ ଜିଲ୍ଲା ଶ୍ୟାମସୁନ୍ଦର ପୁର ଅଂଚଳ ର ଯୁବତୀ ବିଜୟା ଲକ୍ଷ୍ମୀ ଦାସ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ସମୟରେ ପୁଲିସ୍ ଉଦ୍ଧାର କରିଛି। ଯୁବତୀ ବିଜୟଲକ୍ଷ୍ମୀ ଏସ୍‌ପି ମନୋଜ ରାଉତଙ୍କ ନିକଟରେ ଦେଇଥିବା ବୟାନରୁ ଜଣାଯାଇଛି ସେ ଶିଶୁ ବାଟିକା ଚାକିରୀ ପାଇଁ ୬ ମାସିଆ ଡିପ୍ଲୋମା ଇନ୍ ଆର୍ଲି ଚାଇଲ୍ଡ କେୟାର ଏଜୁକେଶନ କୋର୍ସ କରି ଚାକିରୀ ପାଇଁ ଅପେକ୍ଷା କରି ବସିଛନ୍ତି। ତେବେ ସରକାର ଏହି ପଦବୀ ପାଇଁ ପାଇଁ ଆଜିପର୍ଯ୍ୟନ୍ତ କୌଣସି ନିଯୁକ୍ତି ସୂଚନା ଜାରି କରିନାହାଁନ୍ତି। ତେବେ ଏହି କୋର୍ସ୍ ରେ ଶିଶୁ ବାଟିକା ଗୁଡ଼ିକ ରେ ସ୍ୱତନ୍ତ୍ର ଅବସ୍ଥାପିତ ପାଇଁ କୌଣସି ବ୍ୟବସ୍ଥା ନଥିବା ନେଇ ସୂଚନା ପାଇଥିଲେ ଯୁବତୀ । ତେବେ ପୂର୍ବରୁ ଏହି ଦାବିରେ ତାଙ୍କ ସଂଘ ସହ ବହୁଥର ଭୁବନେଶ୍ୱରରେ ଧାରଣାରେ ବସିଥିଲେ। ତେବେ ସେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ମଧ୍ୟ ଆସିଥିଲେ ମଧ୍ୟ ସାକ୍ଷାତ୍ ହୋଇପାରିନଥିଲା। ଏହି ସମୟରେ ଯୁବତୀ ଜଣକ ମାନସିକ ସନ୍ତୁଳନ ହରାଇ ଦିଆସିଲି ରେ ନିଜ ଡ୍ରେସରେ ନିଆଁ ଲଗାଇଥିଲେ । ତାଙ୍କର ଡ୍ରେସ ଓ ଗୋଡରେ ନିଆଁ ଲାଗିଥିଲା। ତେବେ ସଙ୍ଗେ ସଙ୍ଗେ ଟାଉନଥାନା ପୋଲିସ ଓ ୧୦୮ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଯୁବତୀ ଜଣକ ଏବେ ସମ୍ପୂର୍ଣ ସୁସ୍ଥ ଥିବା ବେଳେ ଭଦ୍ରକ ଏସପି ମନୋଜ ରାଉତ ଙ୍କ ସହ ସମସ୍ୟା ର ସମାଧାନ ପାଇଁ କଥା ହେବା ପରେ ଘରକୁ ଫେରିଛନ୍ତି ଯୁବତୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.