Home କୋରାପୁଟ ଜିଲା ସ୍ତରୀୟ ଜନଜାତି ସମାବେଶ

ଜିଲା ସ୍ତରୀୟ ଜନଜାତି ସମାବେଶ

384

କୋରାପୁଟ ୨୬-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡିଆରେ ଜିଲା ସ୍ତରୀୟ ଜନଜାତି ସମାବେଶ ଆୟୋଜିତ ହୋଇଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କମୁଳୁ ଯାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜାତି ପ୍ରତିନିଧି ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବା ସହ ବାର୍ତ୍ତାଳାପ କରିଥିଲେ। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଣ୍ଠିରେ ଜିଲାରେ ନିର୍ମିତ ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ୧୪ଟି ବ୍ଲକରେ ୨କୋଟି ୩୮ ଲକ୍ଷ ଟଙ୍କାରେ ନିର୍ମିତ ୧୪୮ଟି ସାସ୍କୃତିକ ଗୃହ, ୨୧ଲକ୍ଷ ଟଙ୍କା ବ୍ୟୟରେ ଜୟପୁରରେ ନିର୍ମିତ ଜନଜାତି ହାଟ ଏବଂ ୬କୋଟି ୪୯ଲକ୍ଷ ଟଙ୍କାରେ ୪୨୬ଟି ଦେବସ୍ଥଳୀର ଉନ୍ନତି କରଣ କାର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ଝିନ୍ନ ହିକକା, ପଟ୍ଟାଙ୍ଗି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ କୁମାର ପାଙ୍ଗି, ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ଜିଲା ପରିଷଦ ସଭାପତି ପ୍ରଭୂ ଯାନୀ, ଉପ-ସଭାପତି ତୁଳସୀ କିର୍ଷାନୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ରଘୁରାମ ପଡାଲ୍ ପ୍ରମୁଖ ଯୋଗ ଦେଇଥିଲେ। ସମାବେଶରେ ୧୦ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ମହିଳା, ପୁରୁଷ, ଏସଏଚଜି ସଦସ୍ୟା ଯୋଗ ଦେଇଥିବାବେଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଚୟନ କରା ଯାଇଥିବା ୫୦ରୁ ଉର୍ଦ୍ଧ ନୃତ୍ୟଦଳ ଯୋଗ ଦେଇ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.