Home ଜିଲ୍ଲା ପରିକ୍ରମା ଜିଲା ରକ୍ତ ସଂଗଠନ ପକ୍ଷରୁ ସ୍ୱାଧୀନତା ଦିବସରେ ପତାକା ଉତୋଳନ ସହ ବୃକ୍ଷ ରୋପଣ

ଜିଲା ରକ୍ତ ସଂଗଠନ ପକ୍ଷରୁ ସ୍ୱାଧୀନତା ଦିବସରେ ପତାକା ଉତୋଳନ ସହ ବୃକ୍ଷ ରୋପଣ

8

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ୭୯ତମ ସ୍ୱାଧୀନତା ପୂର୍ତି ଅବସରରେ ଆରଡ଼ିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ସରସ୍ୱତୀ ଶିଶୁ ମନ୍ଦିରରେ ଆରଡି ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିଥିଲେ। ପରେ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଗଠନ ପକ୍ଷରୁ ବଉଳ , ଆମ୍ବ ଚ, ଅଳା ଗୁଆ , ପେସ୍ତା ବାଦାମ ଆଦି ବୃକ୍ଷ ରୋପଣ କରାଯାଇଥିଲା। ଏଥି ପୂର୍ବରୁ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୋର ପ୍ରଭାତ ଫେରି ସହ ଆରଡି ପୀଠ ପରିକ୍ରମା କରିଥିଲେ। ଉକ୍ତ ଉତ୍ସବରେ ମନ୍ମଥ କୁମାର ବିଶ୍ୱାଳ,ସ୍ୱାମୀ ଶିକ୍ଷାକେନ୍ଦ୍ରର ସଭାପତି ତ୍ରିଲୋଚନ ଦାଶ, ଟ୍ରଷ୍ଟି ଆଶିଷ ପାଢ଼ୀ, ସମ୍ପାଦକ ବାବାଜି ଶଙ୍କର ପାଢ଼ୀ, ପ୍ରଧାନ ଆର୍ଚ୍ଚାର୍ଯ୍ୟା ରେଣୁବାଳା ସାମଲ, ନିର୍ଦେଶକ ଚିତ ରଞ୍ଜନ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲାର ପରିବେଶ ବିତ୍ ରଶ୍ମି ରଞ୍ଜନ ବାରିକ,ନବଜୀବନ ଫାଉଣ୍ଡେସନ ମୁଖ୍ୟ ମାନସ ରଞ୍ଜନ ସାହୁ ଓ ସଂଗଠନର ସଭାପତି-ମିଥୁନ ଜେନା, ଗୌତମ ସାହୁ,ମିହିର କୁମାର ନାୟକ ମନୋଜ ସେଠୀ,ବିରସେନ୍ ଜେନା,ଗୌତମ ଜେନା,ସମେତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ଗୁରୁମା ଗୁରୁଜୀ ଏବଂ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ର ସମସ୍ତ ସାମାଜିକ କର୍ମୀଗଣ ଯୋଗ ଦାନ କରି ଏହି ପବିତ୍ର ଦିନରେ ପରିବେଶକୁ ଆଖିରେ ରଖି ଚାରା ରୋପଣ କରିଥିଲେ । ସଭା ଶେଷରେ ଜଗବନ୍ଧୁ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.