Home ଜିଲ୍ଲା ପରିକ୍ରମା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

16

ଭଦ୍ରକ, ୩ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଞ୍ଜନ ନାୟକ ବୁଧବାର ଦିନ ମଞ୍ଜୁରୀରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି।ଏହି ଅବସରରେ ଡାକ୍ତର ନାୟକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।ବହୁ ପୁରାତନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସ୍ଥାନୀୟ ଅଂଚଳର ଛଅ ଗୋଟି ପଂଚାୟତର ଲୋକଙ୍କ ସମେତ ପଡୋଶୀ ହାତଡ଼ିହି ଓ କୋରେଇ ବ୍ଲକର କିଛି ଲୋକ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି।ଏଣୁ ସ୍ୱାସ୍ଥ୍ୟକେନ୍ଦ୍ରର ଭିତିଭୂମି ବିକାଶ ପାଇଁ ସ୍ଥାନୀୟ ଲୋକଙ୍କ ସମେତ ବରିଷ୍ଠ ନାଗରିକ ସଂଘ ଓ ଆଂଚଳିକ ବିକାଶ ମଂଚର ପ୍ରତିନିଧିମାନେ ଦାବି ଜଣାଇଛନ୍ତି।ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନରେ ନିଆଯାଉଥିବାରୁ ଏଠାରେ ରୋଗୀସେବା ବାଧାପ୍ରାପ୍ତ ହେଉଥିବାରୁ ଏହି ବ୍ୟବସ୍ଥା ବାତିଲ କରିବା ପାଇଁ ଓ ଏକ ନିର୍ମାଣାଧୀନ ଗୃହ କାର୍ଯ୍ୟ ଦୀର୍ଘ ଦିନ ଧରି ବନ୍ଦ ରହିଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ଫାଟକ ବ୍ୟବସ୍ଥା ଓ ପରିବେଶ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି।ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏସବୁ ବିଷୟ ପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂଚନା ମିଳିଛି।ଏହି ଅବସରରେ ଡାକ୍ତର ନାୟକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସମ୍ପର୍କରେ ଆଲୋଚନା କରିଥିଲେ।ଆଲୋଚନା ସମୟରେ ଡାକ୍ତର ଦେବାଶିଷ ପତିଙ୍କ ସମେତ ପ୍ରକାଶ ମହାପାତ୍ର, ମହେଶ୍ୱର ବେହେରା, ରମାକାନ୍ତ ସେନାପତି, ଭାସ୍କର ଜେନା ଓ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.