Home ଜିଲ୍ଲା ପରିକ୍ରମା ଜିଲା ମହୋତ୍ସବ ଭଦ୍ରାୟଣୀ – ୨୦୨୬ ର ଚତୁର୍ଥ ସନ୍ଧ୍ୟା,ଏହି ମେଳା ଜିଲ୍ଲାର ଏକ ମହାକୁମ୍ଭ...

ଜିଲା ମହୋତ୍ସବ ଭଦ୍ରାୟଣୀ – ୨୦୨୬ ର ଚତୁର୍ଥ ସନ୍ଧ୍ୟା,ଏହି ମେଳା ଜିଲ୍ଲାର ଏକ ମହାକୁମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ- ମନ୍ତ୍ରୀ ସୂର୍ଯ୍ୟବଂଶୀ

8

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ଆଜି ସର୍ଦାର ବଲ୍ଲଭ ଭାଈ ପଟେଲଙ୍କ ଶହେ ପଚାଶ ତମ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆହ୍ୱାନ ରେ ଓଡିଶା କିଭଳି ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ହେବ, ସେ ଦିଗରେ ସମସ୍ତ ଭଦ୍ରକ ବାସୀଙ୍କୁ ଆହ୍ୱାନ ଦେବା ସହ ଏ ମାଟି ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଭଳି ଯୋଗଜନ୍ମାଙ୍କୁ ଜନ୍ମ ଦେଇ କେବଳ ଏ ଭଦ୍ରକ, କି ଓଡିଶା ନୁହେଁ, ସମଗ୍ର ଭାରତର ସ୍ୱାଧୀନତା ଆନ୍ଦୋଳନକୁ ରୁଦ୍ଧି ମନ୍ତ କରିଛି ବୋଲି ଆଜି ଭଦ୍ରକ ନେହେରୁ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଜିଲା ମହୋତ୍ସବ ଭଦ୍ରାୟଣୀ-୨୦୨୬ ର ଚତୁର୍ଥ ସନ୍ଧ୍ୟାରେ ଉଚ୍ଚଶିକ୍ଷା, କ୍ରୀଡା, ଯୁବ ବ୍ୟାପାର ଓ ଓଡ଼ିଆ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିବା ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଏବଂ ଏହି ମେଳା ଜିଲ୍ଲାର ଏକ ମହାକୁମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ମେଳାରେ ଆମ ରାଜ୍ୟର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟିଙ୍କ ଠାରୁ ଆରମ୍ଭ କରି ବହୁ ପବ୍ଲିକେସନ ର ପୁସ୍ତକ ଷ୍ଟଲ ନିଶ୍ଚିତ ସମସ୍ତଙ୍କୁ ଆକୃଷ୍ଟ କରିବ। ଏଭଳି ଏକ ସୁନ୍ଦର ସ୍ୱଦେଶୀ ମେଳାର ଆୟୋଜନ ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସଭାରେ ଡି ଆଇ ପି ଆର ଓ ମଧୁସ୍ମିତା ଶତପଥି ସଂଯୋଜନା କରିଥିବାବେଳେ ପୂର୍ବାଂଚଳ ଡି ଆଇଜି ପିନାକ ମିଶ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ,ଏଡିଏମ ସରୋଜ ଦତ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହୋତ୍ସବ ପକ୍ଷରୁ ସମସ୍ତଙ୍କୁ ପୁଷ୍ପଗୁଛ, ଉତରୀୟ ଓ ବୃକ୍ଷ ଚାରା ଉପହାର ଦିଆଯାଇଥିଲା। ଏବଂ ଓଡିଶୀ ନୃତ୍ୟ ଗୁରୁ ପଦ୍ମ ଭୂଷଣ କେଳୁଚରଣ ମହାପାତ୍ରଙ୍କ ଆନ୍ତଜାର୍ତିକ ନୃତ୍ୟ ଶିଳ୍ପୀ ତଥା ପୁତ୍ର ବଧୂ ସୁଜାତା ମହାପାତ୍ରଙ୍କୁ ମନ୍ତ୍ରୀ ଶ୍ରୀ ସୁରଜ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ଓ ଅତିରିକ୍ତ ଏସ୍‌ପି (ଡିଆଇବି) ଅଂଶୁମାନ ଦ୍ୱିବେଦୀ ଉପସ୍ଥିତ ଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.