ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ମାଟି କଳା ସାହିତ୍ୟ ସଂସ୍କୃତି ସ୍ୱାଧୀନତା ସଂଗ୍ରାମ ଭାଇଚାରା ସହର ଭାବରେ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ‘ଭଦ୍ରୟାଣୀ ‘-୨୦୨୬ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଅଂଚଳରେ ଉପଲବ୍ଧ ବିଭିନ୍ନ ସାମଗ୍ରୀ,ଲୋକକଳା,ସଂସ୍କୃତି ଆଦିକୁ ଅଧିକ ଲୋକାଭିମୁଖୀ କରିବା ଏହି ମହୋତ୍ସବ ର ପ୍ରୟାସ।ଅନ୍ୟପକ୍ଷରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରତିଭାଧାରୀ ମାନଙ୍କ ପ୍ରତିଭା କୁ ଏହି ଭଦ୍ରୟାଣୀ ମାଧ୍ୟମରେ ଅଧିକ ବିକଶିତ କରିବା ମହୋତ୍ସବ ଅନ୍ୟ ଏକ ଆଭିମୁଖ୍ୟ।ସେହିପରି ଜିଲ୍ଲାର ସାମ୍ପ୍ରତିକ ବିକାଶ କୁ ପ୍ରଦର୍ଶନୀ ଜରିଆରେ ଲୋକଙ୍କ ନିକଟରେ ପହଂଚାଇବା ଓ ପୁସ୍ତକ ମେଳା ମାଧ୍ୟମରେ ଭାଷା ସାହିତ୍ୟର ଅଭିବୃଦ୍ଧି କରିବା ସହ ନବାଗତ ପ୍ରତିଭା ମାନଙ୍କୁ ସମ୍ମାନ ଦେବା ମହୋତ୍ସବ ର ଆଉ ଏକ ପ୍ରୟାସ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଆଜି ରବିବାର ସନ୍ଧ୍ୟାରେ ସ୍ଥାନୀୟ ନେହେରୁ ଷ୍ଟାଡିୟମ ରେ ଜିଲ୍ଲା ମହୋତ୍ସବ ଭଦ୍ରୟାଣୀ -୨୦୨୬କୁ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଶୁଭ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ଅଶୋକ ଦାସ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ରବିନାରାୟଣ ସରାହୁ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସ୍ପି (ଡିଆଇବି) ଅଂଶୁମାନ ଦ୍ୱିବେଦୀ, ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା, ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ନାରୀନେତ୍ର ବିଦ୍ୟୁତ୍ଲତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ନୃତ୍ୟ,ସଂଗୀତ ସହ ବିଭିନ୍ନ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଆକର୍ଷଣୀୟ ଆଲୋକ ସଜ୍ଜାରେ ଆୟୋଜିତ ମହୋତ୍ସବ ରେ ଭରପୁର କରିଛନ୍ତି ଦର୍ଶକ ମାନେ।








