Home ଜିଲ୍ଲା ପରିକ୍ରମା ଜିଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥି ପାଳିତ

ଜିଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥି ପାଳିତ

3

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟତିଥି ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ଅନୁଭାଗ ପକ୍ଷରୁ ଆଜି ସକାଳ ୯ ଘଟିକାରେ ଭଦ୍ରକ ଜିଲ୍ଲା କଚେରି ପରିସରରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏକାଧାରାରେ ଥିବା ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ମଧୁସୂଦନ ଦାସକଂ ପ୍ରତିମୂର୍ତିରେ ଜିଲ୍ଲାପାଳ ଦିଲୀପ ରାଉତରାଏ ପୁଷ୍ପମାଲ୍ୟ ଅର୍ପଣ କରି ଉତ୍କଳ ଗୌରବକୁଂ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଉତ୍କଳ ଗୌରବକଂ ଦେଶପ୍ରେମ, ତ୍ୟାଗ ଓ ସଂଘର୍ଷମୟ ଜୀବନ ଆଜିର ଯୁବପିଢ଼ି ପାଇଁ ପ୍ରେରଣାସ୍ୱରୂପ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ବରିଷ୍ଠ ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ହରମୋହନ କୁଅଁର, ବାବୁଲାଲ ଦାସ, ସଂସ୍କୃତି ଅଧିକାରିଣୀ, ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଦସ୍ୟ ,ସମସ୍ତ ସାମ୍ବାଦିକ ବନ୍ଧୁଗଣ,ପ୍ରଶାସନର ଅଧିକାରୀ,ଓ ସାଧାରଣ ଜନତା ଉପସ୍ଥିତ ରହି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.