Home ଜିଲ୍ଲା ପରିକ୍ରମା ଜିଲା ନୋଡାଲ ଅଫିସର ତଥା ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ଭଦ୍ରକ ଗସ୍ତ, ନୂଆ ମେଡିକାଲର ସମସ୍ତ...

ଜିଲା ନୋଡାଲ ଅଫିସର ତଥା ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ଭଦ୍ରକ ଗସ୍ତ, ନୂଆ ମେଡିକାଲର ସମସ୍ତ ବିଭାଗ ବୁଲି ଦେଖିଲେ

9

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ନୋଡାଲ ଅଫିସର ତଥା ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଏମ୍‌ଡି ସିଦ୍ଦିକ୍ ଆଲାମ୍ ଆଜି ଭଦ୍ରକ ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରିତାକୁ ନେଇ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଶ୍ରୀ ଆଲାମ ଦୁଇଦିନ ଭଦ୍ରକରେ ରହିବେ । ଭଦ୍ରକରେ ପହଂଚିବା ପରେ ପ୍ରଥମେ ଏବେ ସ୍ଥାନାନ୍ତରିତ ହୋଇଥିବା ଗେଲପୁରସ୍ଥିତ ନୂଆ ମେଡିକାଲ ଯାଇଥିଲେ । ମେଡିକାଲରେ ପହଂଚି ରୋଗୀଙ୍କ ରେଜିଷ୍ଟ୍ରେସନ କାଉଂଟରକୁ ଯାଇ ପ୍ରତିଦିନର ରୋଗୀଙ୍କ ସଂଖ୍ୟା ସହ ମହିଳା ଓ ପୁରୁଷ ରୋଗୀଙ୍କ ସଂଖ୍ୟା ମଧ୍ୟ ତନଖି କରିଥିଲେ । ପରେ ଆଂଟି ରାବିସ୍ (କୁକୁର କାମୁଡା) ସେଂଟରକୁ ଯାଇ ଟୀକାଦାନ ବ୍ୟବସ୍ଥାକୁ ତଦାରଖ କରିବା ସହ ରୋଗୀଙ୍କୁ ପଚରାଉଚୁରା କରିଥିଲେ । ସେହିପରି ନିରାମୟ କାଉଂଟରକୁ ଯାଇ ରୋଗୀଙ୍କୁ ଔଷଧ ଠିକ୍ ଭାବେ ମାଗଣାରେ ମିଳୁଛି କି ନାହିଁ, ପଇସା କେହି ମାଗୁଛନ୍ତି କି ପଚାରି ବୁଝିଥିଲେ । ପରେ କାଜୁଆଲିଟି ଏମରଜେନ୍ସି ଅବଜରଭେସନ ୱାର୍ଡ ବୁଲି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏହାବ୍ୟତୀତ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଏମ୍‌ସିଏଚ, ଏସ୍‌ଏମ୍‌ସିୟୁ ଯାଇ ଦୀର୍ଘ ସମୟ ଧରି ସେଠାରେ ରହି ବ୍ୟବସ୍ଥା ସଂପର୍କରେ ତଦାରଖ କରିଥିଲେ । ହସ୍‌ପିଟାଲ ପରିଦର୍ଶନ ପରେ ନୋଡାଲ ଅଫିସର ବରପଦା ଅଙ୍ଗନୱାଡି କେନ୍ଦ୍ର, ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଅଙ୍ଗନୱାଡି କେନ୍ଦ୍ରର ପରିଚାଳନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ସେବା ସଂପର୍କରେ ବୁଝିଥିଲେ । ପରେ ସେ କାଦବରାଙ୍ଗ ପଂଚାୟତ ଯାଇ ଧବଳେଶ୍ୱର ପଂଚାୟତ ମହିଳା ମହାସଂଘର ଏକ ଇଂଟିଗ୍ରେଟେଡ୍ ଫାର୍ମିଂ ପରିଦର୍ଶନ କରିଥିଲେ । ସେଠାରୁ ଫେରି ପିଏମ୍‌ଶ୍ରୀ ବାଗୁରାଇ ହାଇସ୍କୁଲର ଶିକ୍ଷାଦାନ ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ । ସେଠାରୁ ଆହାର କେନ୍ଦ୍ର ଯାଇ ଖାଦ୍ୟର ମାନ ନିଜେ ଆହାର କରି ତନଖି କରିଥିଲେ । ପରେ ଚରମ୍ପାସ୍ଥିତ ସିଆରଏସ୍‌ଆର କୁ ଯାଇ ଭିନ୍ନକ୍ଷମମାନଙ୍କ ସହ ମତ ବିନିମୟ କରିଥିଲେ । ଏହାବ୍ୟତୀତ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ହରିପୁର ଠାରେ ପୌରପାଳିକା ତରଫରୁ ନିର୍ମାଣ କରାଯାଇଥିବା ସଲିଡ୍ ୱେଷ୍ଟ ମ୍ୟାନେଜମେଂଟ ପରିଚାଳନା ଓ କୋରକୋରା ଠାରେ ନିର୍ମାଣଧୀନ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଉଦ୍ୟାନର ଅଗ୍ରଗତି ଦେଖିଥିଲେ । ସେଠାରୁ ଫେରି ନୋଡାଲ ଅପିସର ଶ୍ରୀ ଆଲାମ ସ୍ୱେଚ୍ଛାସେବୀ ସଂଗଠନ ଆସିୟାନା ପରିଦର୍ଶନ କରିବା ପରେ ଦହପାଣିଆ ଏସି/ଏସ୍‌ଟି ସ୍କୁଲ ଯାଇ ହଷ୍ଟେଲ ଓ ପାଠପଢା ସଂପର୍କରେ ପିଲାଙ୍କ ସହ ମତ ବିନିମୟ କରିଥିଲେ । ତାଙ୍କ ଗସ୍ତ ସମୟରେ ଜିଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲାପାଳ ସରୋଜ ଦତ, ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ସିଡିଏମ୍‌ଓ ଉପାପ୍ରସାଦ ବିଶ୍ୱାଳ, ଜିଲା ମେଡିକାଲ ଅଫିସର ମିନତୀ ଦାସ, ହସ୍‌ପିଟାଲ ମ୍ୟାନେଜର ସମୀର ରଞ୍ଜନ ମହାପାତ୍ରଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.