Home ଜିଲ୍ଲା ପରିକ୍ରମା ଜିଲା ଜଜ୍‌କୋର୍ଟରେ ଜୁଭେନାଇଲ୍ ଓ ପୋସ୍କୋ ଆଇନ୍‌ରେ ଶିଶୁମାନଙ୍କ ସୁରକ୍ଷା ସଂପର୍କିତ ଆଲୋଚନା ଚକ୍ର

ଜିଲା ଜଜ୍‌କୋର୍ଟରେ ଜୁଭେନାଇଲ୍ ଓ ପୋସ୍କୋ ଆଇନ୍‌ରେ ଶିଶୁମାନଙ୍କ ସୁରକ୍ଷା ସଂପର୍କିତ ଆଲୋଚନା ଚକ୍ର

31

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଜଜ୍‌କୋର୍ଟ ନଳାଙ୍ଗ ପରିସରରେ ଆଜି ‘ବାଳ ଅପରାଧୀଙ୍କ ଯତ୍ନ ଓ ସୁରକ୍ଷା, ନାବାଳକ ଯୌନ ନିର୍ଯ୍ୟାତନା (ପେସ୍କୋ) ଆଇନ୍‌ରେ ଶିଶୁମାନଙ୍କ ସୁରକ୍ଷା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଓକିଲ ସଂଘର ସଭାପତି ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ଭଦ୍ରକ ଜିଲାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୁଭେନାଇଲ୍ ଜଷ୍ଟିସ୍ ପ୍ରୋଟେକସନ ଏଣ୍ଡ କେୟାର ଆଇନ୍ ଓ ପୋସ୍କୋ ଆଇନ୍‌ର ପ୍ରଚଳନ ସହ ଏହାର କାର୍ଯ୍ୟକାରିତା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ । ଏଥିରେ ଅତିରିକ୍ତ ଜିଲା ଜଜ୍ ଆଶିଷ କୁମାର ତ୍ରିପାଠୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସଂଗୀତା ପାଣି, ପେସ୍କୋ କୋର୍ଟ ଜଜ୍ ମୁକ୍ତିରଂଜନ ଶତପଥୀ ଆଇନ୍‌ର ଦୁରୂପଯୋଗ ସମାଜ ଗଠନରେ ବାଧକ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଅରୁଣ କୁମାର ଚାନ୍ଦ, ଯତିକାନ୍ତ ନାୟକ, ପବନ ଶର୍ମା, ଗଦାଧର ବଳ, ଦୀପକ କୁମାର ସାହୁ, ବିଜନ କୁମାର ଜେନା, ଅଜୟ ପାତ୍ର, ସୀମା ମହାପାତ୍ର, ଶିଶୁ ସୁରକ୍ଷା ବୋର୍ଡର ସଦସ୍ୟ ବନମାଳୀ ଜେନା, ଜିଲା ଖାଉଟି କମିଶନର ଅଧ୍ୟକ୍ଷ ଶିବପ୍ରସାଦ ମହାନ୍ତି, ସୀମାରାଣୀ ଦାସ ପ୍ରମୁଖ ଉଭୟ ଆଇନ୍‌ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ ଆଲୋଚନାର ଶେଷ ସ୍ପର୍ଶ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିମାସ ଶେଷ ଶନିବାର ଭଦ୍ରକ ଓକିଲ ସଂଘ ଦ୍ୱାରା ପ୍ରଚଳିତ ଆଇନ୍‌ର ବିଭିନ୍ନ ଦିଗ ଉପରେ ଓକିଲ ସଂଘ ଓ ବିଚାରପତିମାନଙ୍କୁ ନେଇ ଜିଲା କୀର୍ତ୍ତନ ସମ୍ମିଳନୀ କକ୍ଷରେ ଏଭଳି ଆଲୋଚନା ହେବ ବୋଲି ସଭାପତି ଘୋଷଣା କରିଥିଲେ । ଏହି ଆଲୋଚନା ଚକ୍ରରେ ଓକିଲ ସଂଘର ବହୁ ସଭ୍ୟ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ଜିଲ୍ଲା ଜଜ୍ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.