ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ବାରିପଦାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅବସ୍ଥାପିତ ନିର୍ବାହୀ ଅଧୀକ୍ଷଣ ଯନ୍ତ୍ରୀ ବିଜୟ କୁମାର ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମକର୍ତ୍ତା ସମୂହ ଦୀପଦାନ କରିଛନ୍ତି। ଭଦ୍ରକର ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଡାକ ବଙ୍ଗଳା ପରିସରରେ ଥିବା ସିରିଡି ସାଇବାବାଙ୍କ ମନ୍ଦିରରେ ଆଜି ମୁଖ୍ୟ କିରାଣୀ ନିର୍ମଳ ବେହୁରିଆଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଅଧୀକ୍ଷଣ ଯନ୍ତ୍ରୀ ବିଜୟ ଦାସ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ରେ ଏଥିପୂର୍ବରୁ ନିର୍ବାହୀ ଯନ୍ତ୍ରୀ ଭାବେ ଦୀର୍ଘ ୬ ବର୍ଷ ଧରି ଅବସ୍ଥାପିତ ଥିବାବେଳେ ବେଶ୍ ଲୋକପ୍ରିୟ ଥିଲେ। ୬ ମାସ ହେବ ସେ ପଦୋନ୍ନତି ପାଇ ବାରିପଦା ବଦଳି ହେବା ପରେ ସେଠାରେ ୫ ଦିନ ହେବ କରୋନା ଆକ୍ରାନ୍ତ ହୋଇ ଏବେ ସମ୍ ହସ୍ପିଟାଲର ଆଇସିୟୁରେ ଚିକିତ୍ସା ହେଉଛନ୍ତି। ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି।