Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ

ଜିଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ

14

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ଜିଲ୍ଲାରେ ବିଭିନ୍ନ କ୍ଷୁଦ୍ର କଳକାରଖାନା ପ୍ରତିଷ୍ଠା ପାଇଁ ଆବେଦନ କରିଥିବା ଉଦ୍ୟୋଗପତି ମାନଙ୍କୁ ସରକାରୀ ଜମି ଯୋଗାଇ ଦେବା ପାଇଁ ÷ଆଲୋଚନା ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଜିଲ୍ଲା ଭୁ ଅର୍ଜନ ଅଧିକାରୀ କାର୍ତିକନାଥ ମଣ୍ଡଳଙ୍କ ସମେତ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ଟିପିଏନ୍‌ଓଡିଏଲ୍‌ର ଅଧିକ୍ଷଣ ଯନ୍ତ୍ରୀ ଓ ଆବେଦନକରୀ ଉଦ୍ୟୋଗପତି, ଡିଆଇପିଏର ଟିମ୍ ଲିଡର୍ ସୁବ୍ରତ ସ୍ୱାଇଁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏହି ଆଲୋଚନା କାଳରେ ସିଙ୍ଗଲ ୱିଣ୍ଡୋ କମିଟି ଅର୍ପିତା ମହାନ୍ତିଙ୍କ ବିଦ୍ୟୁତ୍ ଏଂଟରପ୍ରାଇଜର୍ସ, କନିଜ ଫାତମାଙ୍କ ଆମେନା ପେକେଜିଂ ଇଣ୍ଡର୍ଷ୍ଟିଜ୍‌, ସୁଧାଂଶୁ ଶେଖର ବେହେରାଙ୍କର ଶ୍ରୀକ୍ରିଷ୍ଣା ପଲିମର ଏବଂ ଅଭୟ କୁମାର ଜେନାଙ୍କର ଧନୀ ଏଗ୍ରିଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଭଳି କିଛି ଉଦ୍ୟୋଗ ପତିଙ୍କ ପ୍ରୋଜେକ୍ଟକୁ ତର୍ଜମା କରି ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.