Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବୈଠକ

ଜିଲାସ୍ତରୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବୈଠକ

8

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି(ଆଇସିସି), ସ୍ଥାନୀୟ ଅଭିଯୋଗ କମିଟି (ଏଲ୍‌ସିସି), କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଆଇନ -୨୦୧୩ ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ ଅଧକ୍ଷୀତା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲପାଳ ସରୋଜ କାନ୍ତ ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁଧି ରଞ୍ଜନ ନାୟକ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଡିଏସ୍‌ଡବ୍ଲ୍ୟୁଓ ପୁଷ୍ପ ଲତା ପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ କର୍ମକ୍ଷେତ୍ର କାହାକୁ କହିବା, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ରାଷ୍ଟ୍ରାୟତ ଉଦ୍ଦ୍ୟାଗ, ଡାକ୍ତରଖାନ କିମ୍ବା ନର୍ସିଂ ହୋମ। ଶିକ୍ଷା ଅନୁଷ୍ଠାନ(ସରକାରୀ ଓ ବେସରକାରୀ), ଅଣସଂଘଟିତ କ୍ଷେତ୍ର, ଖେଳ, ଷ୍ଟାଡିୟମ୍ ,ହଷ୍ଟେଲ ଆବାସିକ କେନ୍ଦ୍ର ଆଦି। ଯୌନ ନିର୍ଯାତନା କାହାକୁ କହନ୍ତି। ଶରୀରକୁ ଇଚ୍ଛା ବିରୁଦ୍ଧରେ ସ୍ପର୍ଶ କରିବା ପାଈଁ ଉଦ୍ୟମ କରିବା, ଯୌନଗତ ସଂପର୍କ ସ୍ଥାପନ ପାଈଁ ଅନୁରୋଧ କରିବା, ଅଶ୍ଳିଳ ମନ୍ତବ୍ୟ ଦେବା, ଅଶ୍ଳିଳ ଫଟୋ ଦେଖେଇବା,ସଙ୍କିତିକ ଆଚରଣ,ଅପଦସ୍ତ କରିବା ଇତ୍ୟାଦି। କର୍ମକ୍ଷେତ୍ରରେ ଯେ କୌଣସି ମହିଳା ଏପରି ଶୋଶନ ର ଶିକାର ହେଉଥିଲେ ଅଭିଯୋଗ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି ଅଭିଯୋଗ କରିପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.