ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲାରେ ଆଜି ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏମାନେ ହେଲେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ ଓ ଅତିରିକ୍ତ ଜିଲାପାଳ ସରୋଜ ଦତ। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସାମଲ ଯାଜପୁର ଜିଲାର ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ଦତ ପୂର୍ବରୁ ଏହି ଜିଲାର ମୁଖ୍ୟ ଉନ୍ନୟନ ଅଧିକାରୀ (ପି.ଡି.) ଭାବେ ଅବସ୍ଥାପିତ ଥିଲେ। ପୂର୍ବତନ ପିଡି ଶ୍ରୀ ଦତ ଆଜି ନୂତନ ପିଡି ଶ୍ରୀ ସାମଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ପରେ ଆଜି ଡିଆରଡିଏ ଅଫିସ୍ର କର୍ମଚାରୀଙ୍କ ପକ୍ଷରୁ ପୂର୍ବତନ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଓ ନୂତନ ଉନ୍ନୟନ ଅଧିକାରୀଙ୍କୁ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।