Home ଜିଲ୍ଲା ପରିକ୍ରମା ଜିଲାରେ ବୃଦ୍ଧି ପାଉଥିବା ନିଶାଦ୍ରବ୍ୟ କାରବାର ବୃଦ୍ଧି,ଧର୍ମରକ୍ଷା ସମିତି (ମାତୃ ଶକ୍ତି ସଂଘ) ପକ୍ଷରୁ ପ୍ରଶାସନକୁ...

ଜିଲାରେ ବୃଦ୍ଧି ପାଉଥିବା ନିଶାଦ୍ରବ୍ୟ କାରବାର ବୃଦ୍ଧି,ଧର୍ମରକ୍ଷା ସମିତି (ମାତୃ ଶକ୍ତି ସଂଘ) ପକ୍ଷରୁ ପ୍ରଶାସନକୁ ଦାବିପତ୍ର

4

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲାରେ ନିଶାଦ୍ରବ୍ୟ କାରବାରର ବ୍ୟାପକ ବୃଦ୍ଧିକୁ ନେଇ ଆଜି ଧର୍ମରକ୍ଷା ସମିତି (ମାତୃ ଶକ୍ତି ସଂଘ) ପକ୍ଷରୁ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ଅବାଧ ନିଶା କାରବାର ଯୋଗୁଁ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ଯୁବପିଢି ତଥା ସାଧାରଣ ଲୋକ ନିଶାଶକ୍ତ ହୋଇ ବିପଥଗାମୀ ହେଉଛନ୍ତି। ଭଦ୍ରକବାସୀଙ୍କ ପାଇଁ ଏହା ଉଦ୍‌ବେଗର କାରଣ ହୋଇପଡିଛି। ରାସ୍ତାଘାଟରେ ରାତି ୯ଟା ପରେ ସାଧାରଣ ଜୀବନ ଯାତ୍ରା ଅସୁରକ୍ଷିତ ହୋଇପଡିଛି। ସଂଘ ପକ୍ଷରୁ ସହରର ନିଶା ଦ୍ରବ୍ୟ କାରବାରର ପେଣ୍ଠସ୍ଥଳୀ ସଂପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଶେଷକରି ପୁରୁଣାବଜାରର ହଳଦିଡିହ, ବାଙ୍କାବଜାର, ପୁରୁଣାବଜାରର ଅର୍ଣ୍ଣପାଳ ରାସ୍ତାରେ ଦୀର୍ଘଦିନ ଧରି ସଂଗଠିତ ଭାବେ ବ୍ୟାପକ ନିଶାଦ୍ରବ୍ୟ କାରବାର ଚାଲିଛି। ସେହିଭଳି ୨୫ନଂ ୱାର୍ଡ (କାରୁଆସାହି) ରାତି ୧୨ଟା ପରେ ଓ ନ୧ମ୍ବର ୱାର୍ଡ ରାତି ୯ଟା ପରେ ସାଧାରଣ ଜନତା ଯିବାପାଇଁ ନିରାପଦ ମଣୁନାହାଁନ୍ତି। ଗବସାହିରୁ ଭଦ୍ରକ କଲେଜ ଯିବା ରାସ୍ତା ଡ୍ରଗ୍ସ ବ୍ୟବସାୟୀମାନଙ୍କ ଆଡ୍ଡାସ୍ଥଳୀ ହୋଇଥିବାରୁ ସ୍ଥାନୀୟ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ଗବସାହିରୁ ଗେଲଟୁଆ ରାସ୍ତାର ରେଳଫାଟକ ନିକଟବର୍ତୀ ଅଂଚଳରେ ଡ୍ରଗ୍ସ କାରବାର ଚାଲୁ ରହିଛି। ସହରରେ ଏଭଳି ପରିସ୍ଥିତିକୁ ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ସଦସ୍ୟା ଶରଧାତ୍ରୀ ସ୍ୱୟଂ ସୁଧା, ଶୁଭଶ୍ରୀ ମିଶ୍ର, ରାଧାରାଣୀ ପାଣିଗ୍ରାହୀ, ମଧୁସ୍ମିତା ଦାସ ମହାପାତ୍ର, ରଶ୍ମିତା ଘଡେଇ ପ୍ରମୁଖ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଭଦ୍ରକକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ କଡା ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଏକ ଭୟାବହ ସାମାଜିକ ସଂକଟ ରୂପ ନେବ ବୋଲି ସଂଘ ପକ୍ଷରୁ ମତପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.