Home ଜିଲ୍ଲା ପରିକ୍ରମା ଜିଲାରୁ ନୂଆ ୪୮୯ କରୋନା ଆକ୍ରାନ୍ତ ଚିହ୍ନଟ

ଜିଲାରୁ ନୂଆ ୪୮୯ କରୋନା ଆକ୍ରାନ୍ତ ଚିହ୍ନଟ

48

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୪୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ ଆକ୍ରାନ୍ତ ଗୋଟିଏ ଦିନରେ ଚିହ୍ନଟ ହେବା ଜିଲ୍ଲା ପାଇଁ ପ୍ରଥମ । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୪ ହଜାର ୨୩୭ । ସୁସ୍ଥ ହୋଇଛନ୍ତି ୧୦ହଜାର ୮୨୦ । ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ହଜାର ୩୮୫ ଜଣ । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାରୁ ୫୬ଜଣ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭ଜଣ, ବନ୍ତ ବ୍ଲକରୁ ୨୨ଜଣ, ଚାନ୍ଦବାଲି ବ୍ଲକରୁ ୩୫ଜଣ, ତିହିଡ଼ି ବ୍ଲକରୁ ୧୦୦ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ୩୮ଜଣ, ଭଦ୍ରକ ବ୍ଲକ ଅଞ୍ଚଳରୁ ୫୭ଜଣ, ବାସୁଦେବପୁର ପୌରପାଳିକାରୁ ୨୨ଜଣ, ବାସୁଦେବପୁର ବ୍ଲକରୁ ୬୭ ଜଣ, ଧାମନଗର ବ୍ଲକରୁ ୫୩ଜଣ, ଚାନ୍ଦବାଲି ଏନ୍‌ଏସିରୁ ଜଣେ, ଅନ୍ୟ ଜିଲ୍ଳାରୁ ୧୨ଜଣ ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଳକ ଓ ସହରାଞ୍ଚଳର ୧୯ଜଣ ରାଜ୍ୟର ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସା ସମୟରେ କୋଭିଡ଼ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଜିଲ୍ଳାରୁ ମୋଟ ୩ ଲକ୍ଷ ୮୪ ହଜାର ୪୬୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.