Home ଜିଲ୍ଲା ପରିକ୍ରମା ଜିଲାପାଳ ପରିଦର୍ଶନ କଲେ ଡାଏରୀ ଫାର୍ମ

ଜିଲାପାଳ ପରିଦର୍ଶନ କଲେ ଡାଏରୀ ଫାର୍ମ

14

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ପଂଚାୟତ ଅଧୀନ ମୂଷାଙ୍ଗ ଗ୍ରାମରେ ଥିବା ସତ୍ୟଜିତ ବଳଙ୍କ ଡାଏରୀ ଫାର୍ମକୁ ଜିଲାପାଳ ଦିଲୀପ ରାଉତରାଏ ପରିଦର୍ଶନ କରିଛନ୍ତି। ଜିଲାପାଳ ରାଉତରାଏ ଫାର୍ମ ନିକଟରେ ପହଂଚିବା ପରେ ଗୋପାଳନ ସମ୍ପର୍କରେ ସତ୍ୟଜିତଙ୍କୁ ପଚାରି ବୁଝିଥିଲେ। ଫାର୍ମରେ ଏବେ ୫୦ଟି ଗାଈ ଥିବାବେଳେ ଫାର୍ମର ଆୟତନକୁ ବଢ଼ାଇ ଗାଈ ସଂଖ୍ୟା ବୃଦ୍ଧି କରିବାକୁ ଜିଲାପାଳ ପରାମର୍ଶ ଦେବା ସହିତ ସରକାରୀ ସୁବିଧା ସୁଯୋଗ ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ଫାର୍ମରୁ ପ୍ରତିଦିନ ଉତ୍ପନ୍ନ ହେଉଥିବା କ୍ଷୀରରୁ ଛେନା, ପନିର ଓ ବିଭିନ୍ନ କିସମର ମିଠା ତିଆରି କରି ବ୍ଲକ ତଥା ଜିଲାରେ ବିକ୍ରି କରୁଥିବା ସତ୍ୟଜିତ ସୂଚନା ଦେବାପରେ ଜିଲାପାଳ ଖୁସିବ୍ୟକ୍ତ କରିଥିଲେ। ଏହାଛଡା ଆଖପାଖ ଅଂଚଳର କିଛି ଯୁବକଙ୍କୁ ପ୍ରେରଣା ଦେଇ ଗୋପାଳନ ଦିଗରେ ସେମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିଥିବା ସତ୍ୟଜିତ ଜିଲାପାଳଙ୍କୁ କହିଥିଲେ। ପରେ ଜିଲାପାଳ ସତ୍ୟଜିତଙ୍କ ମିଷ୍ଟାନ୍ନ ପ୍ରସ୍ତୁତି ସ୍ଥାନ ବୁଲି ଦେଖିଥିଲେ। ମେସିନରେ କେମିତି ବିଭିନ୍ନ ପ୍ରକାର ମିଠା ତିଆରି ହେଉଛି ସତ୍ୟଜିତ ତାର ନମୁନା ଦେଖାଇଥିଲେ । ଜିଲାପାଳଙ୍କ ସହିତ ବିଡିଓ ଜ୍ୟୋତିର୍ମୟ କରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ବିଗତ ୧୫ଧରି ଗୋପାଳନ କରି ସତ୍ୟଜିତ ବ୍ଲକ ତଥା ଜିଲାରେ ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଗୋପାଳନ ମାଧ୍ୟମରେ ସେ ନିଜର ଆର୍ôଥକ ଅବସ୍ଥାକୁ ସ୍ୱଛଳ କରିବାରେ ସମର୍ଥ ହୋଇଛନ୍ତି। ଏଥିପାଇଁ ରାଜ୍ୟ ଓ ଜିଲାସ୍ତରୀୟ ଉତ୍ସବରେ ସତ୍ୟଜିତଙ୍କୁ ସରକାରୀସ୍ତରରେ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇ ପ୍ରୋତ୍ସାହିତ କରାଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.