Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର

ଜିଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର

15

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ସରକାର ସମୟରୁ ଚାଲିଆସୁଥିବା ପ୍ରଶାସନର ଜନଶୁଣାଣୀ ନୂଆ ସରକାରଙ୍କ କାର୍ଯ୍ୟକ୍ରମର ଅଂଶ ହୋଇଛି । ଆଜି ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ସମ୍ମିଳନୀ କକ୍ଷରେ ନୂଆ ସରକାରଙ୍କ ପ୍ରଥମ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ନୂଆ ଜିଲାପାଳ କିନ୍ତୁ ଏଥିରେ ଯୋଗ ଦେଇପାରିନାହାଁନ୍ତି । ଜିଲାପାଳ ଆସୁଥିବା ଖବର ଥିବାରୁ ସମସ୍ତ ଲାଇନ୍ ଡିପାର୍ଟମେଂଟର ଅଧିକାରୀମାନେ ଭରପୁର ସଂଖ୍ୟାରେ ଯୋଗ ଦେଇଥିଲେ । ଏଥିରେ ୭୫ଟି ଅଭିଯୋଗ ପଂଜିକରଣ ହୋଇଥିଲା । ନରେଗା, ଉଠା ଜଳସେଚନ କାର୍ଯ୍ୟକ୍ଷମ, ରେସନକାର୍ଡ, ଜବରଦଖଲ, ଉନ୍ନୟନ କାର୍ଯ୍ୟ, ବିଲ୍ ବିଳମ୍ବ, ପୁଲିସ୍‌ର ଅସହଯୋଗ, ଜଳସେଚନ ବିଭାଗର ସ୍ଥାଣୁତା ଆଦି ସମସ୍ୟା ଉପରେ ଅଭିଯୋଗ ମାନ ଆସିଥିଲା । ଆକୁଳିକଣାରେ ଆଦିବାସୀଙ୍କୁ ବେଦଖଲ ଓ ପୁରୁଣା ବିଲ୍ ଦକ୍ଷିଣବାଡରେ ପୈଠ ହେଉନଥିବାରୁ ତହସିଲଦାର ଓ ବିଡିଓଙ୍କୁ ଉଚ୍ଚ ଅଧିକାରୀ ତାଗିଦ କରି ଜନଶୁଣାଣୀକୁ ମୂଲ୍ୟହୀନ ନକରିବାକୁ ତାଗିଦ କରିଥିଲେ । ଜିଲା ପରିଷଦ ମୁଖ୍ୟନିର୍ବାହୀ ସରୋଜ ଦତ, ଜିଲା ଆରକ୍ଷୀ ଅଧିକାରୀ ବରୁଣ ଗୁଂଟୁପାଲି, ଅଧ୍ୟକ୍ଷା ସୁମତି ସେଠୀ ଉପଜିଲାପାଳ ମନୋଜ ପାତ୍ର ସମେତ ବିଡିଓ ଓ ତହସିଲଦାର ମଂଚାସୀନ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.