Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ଧାମନଗର ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଧାମନଗର ଡାକ୍ତରଖାନା ପରିଦର୍ଶନ

8
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମୁଖ୍ୟ ଡାକ୍ତରଖାନାକୁ ଆଜି ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଚାନକ ପରିଦର୍ଶନରେ ଆସି ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ବର୍ଷାଦିନେ ଯେପରି ଜରୁରୀ କାଳୀନ ସେବା ଯୋଗାଇ ଦିଆଯିବ ସେ ଦିଗରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଡାକ୍ତରଖାନାରେ ଏକ୍ସରେ ମେସିନ୍ ଅଧିକାଂଶ ସମୟରେ ଅଚଳ ରହୁଥିବାରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା, ଖୁବଶୀଘ୍ର ନୂତନ ମେସିନ୍ ଯୋଗାଇଦେବାପାଇଁ କହିଥିଲେ । ଧାମନଗର ସମେତ ବ୍ଲକ୍‌ର ୧୩ ଟି ଉପଡାକ୍ତରଖାନା ଥିବାବେଳେ କିଛି ଡାକ୍ତରଖାନାରେ ଡାକ୍ତର ନଥିବାରୁ ଡେପୁଟେସନରେ ଡାକ୍ତର ରୋଗୀ ଦେଖୁଛନ୍ତି । ଦୁଇ ଜଣ ଡାକ୍ତର ଟ୍ରେନିରେ ୬ ମାସ ବାହାରକୁ ଯାଇଥିବାରୁ ରୋଗୀ ସେବା ବିପର୍ଯ୍ୟୟ ହୋଇପଡିଛି ବୋଲି ସ୍ଥାନୀୟ ଲୋକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଖୁବଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ଜିଲାପାଳ କହିଥିଲେ । ପରେ ଜିଲାପାଳ ଧାମନଗର ସ୍ଥିତ ଜରାନିବାସକୁ ଯାଇ ବିଭିନ୍ନ ସମସ୍ୟା ସଂପର୍କରେ ବୁଝିଥିଲେ । ଏହି ଅବସରରେ ଧାମନଗର ବିଡିଓ ବନବିହାରୀ ଦିଣ୍ଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.