Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର: ଆସିଲା ୧୨୩ ଅଭିଯୋଗ

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର: ଆସିଲା ୧୨୩ ଅଭିଯୋଗ

1

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଯୋଗ ଦେଇ ୧୨୩ ଅଭିଯୋଗର ଶୁଣାଣୀ କରିଥିଲେ । ସେଥିମଧ୍ୟରେ ତହସିଲ ସମ୍ପର୍କୀତ ୨୪, ଭତା ୧୬, ରାସନ କାର୍ଡ ୧୦, ବିଦ୍ୟୁତ୍ ବିଭାଗ ସଂପର୍କୀତ ୫, ସରକାରୀ ଆର୍ଥିକ ସହାୟତା ୪, ପ୍ରଧାନମନ୍ତ୍ରୀ ଆବାସ ୩, ପିଡିଏସ ୩, ବିବାହ ସହାୟତା ୨, ବେଆଇନ ମଦ କାରବାର ୨, ପୂର୍ତ ବିଭାଗ ବିରୋଧରେ ୨, ଆୟୁଷ୍ମାନ କାର୍ଡ, ବସୁନ୍ଧରା ଯୋଜନା, ମାଇନର କେନାଲ, ପିଏମ କିଶାନ, ଆଧାର କାର୍ଡ, ଚାକିରୀରୁ ଛଟେଇ, ଗୃହ ନିର୍ମାଣ ପାଇଁ ସମୟସୀମା ବୃଦ୍ଧି, ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପୂର୍ତ ବିଭାଗକୁ ହସ୍ତାନ୍ତର, ନୂତନ ଗ୍ରାମ ପଂଚାୟନ ଗଠନ, ଅଗ୍ନିକାଣ୍ଡ, ଅନ୍ତୋର୍ଦୟ ଯୋଜନା, ଦିବ୍ୟାଙ୍ଗଙ୍କୁ ପ୍ରମାଣ ପତ୍ର, ଅନ୍ୟ ଜାତିର ବିବାହ, ପ୍ରାଣୀମିତ୍ର ନିଯୁକ୍ତି, ଡାକ ବଙ୍ଗଳା, ବିଭିନ୍ନ ସରକାରୀ ସହାୟତା, ଶିକ୍ଷକ ନିଯୁକ୍ତି, ଧାନ ପ୍ରକିୟାକରଣ, ସୁଭଦ୍ରା ଯୋଜନା, ଯାତ୍ରୀ ବିଶ୍ରାମାଗାର ନିର୍ମାଣ, ଧାନମଣ୍ଡି ସମ୍ପ୍ରସାରଣ, ୫ଟି ସ୍କୁଲରେ ଜଗାରଖା ପାଇଁ ନିଯୁକ୍ତି, ବେଆଇନ ମାଟି ଓ ବାଲି ଖନନ, ପୋଖରୀ ସଫେଇ ଆଦି ଅଭିଯୋଗ ଆସିଥିଲା । ବନ୍ତ ପିଏଚସିକୁ ସିଏଚସି କରିବା, ଟିଲୋ ପଂଚାୟତର କେତେକ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାରେ ବିଳମ୍ବ, ଚାଇଁପୁର ସମିତିର ମଣ୍ଡି ଓ ଗୋଦାମ ଗୃହ ସଂପର୍କୀତ ଅଭିଯୋଗ ଆସିଥିଲା । ସେହିପରି ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସମେତ ଅନ୍ୟ ମାନେ ଏବଂ ବିଭିନ୍ନ ପଂଚାୟତକୁ ଅଣଦେଖା କରାଯାଉଥିବା ନେଇ ପ୍ରଗତିବାଳା ସ୍ୱାଇଁଙ୍କ ସମେତ ଅନ୍ୟ ମାନେ ଅଭିଯୋଗ କରିଥିଲେ । ଏହି ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲାପାଳ ସୌରଭ ଚକ୍ରବର୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧିରଞ୍ଜନ ନାୟକ, ବିଡିଓ ସୀତାକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ତହସିଲଦାର ସାରା ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଡିଏସଏସଓ ସୁବାଷ ଚନ୍ଦ୍ର ନାୟକ, ସିଡିଭିଓ ହୃଷିକେଶ ବେହେରା, ଡିଏସଡବ୍ଲ୍ୟୁଓ ଏସ.ବେହେରା, ସିଏସଓ ମନ ମୋହନ ପଟ୍ଟନାୟକ, ସାଳନ୍ଦି ଜଳ ସେଚନର କନିଷ୍ଠ ଯନ୍ତ୍ରୀ ପ୍ରିୟ ରଞ୍ଜନ ସାହୁ, ସିଡିପିଓ ଆଲାଦି ମାରାଣ୍ଡି, ବିଏସଏସଓ ପ୍ରକାଶ ସାହୁ, ଏଏଫଓ ଗୀତାଞ୍ଜଳୀ ବେହେରା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ପାୟଲ ଚୌଧୁରୀ, ଆର.ଡବ୍ଲ୍ୟୁ.ଏସ.ଏସ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ବନ୍ତ ଜଳ ସେଚନ ବିଭାଗ ଏସ.ଡି.ଓ ଦୀପକ କୁମାର ସାମଲ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ଜିପିଡିଓ ସୂଚୀସ୍ମିତା ବାରିକ, ବିପିଏମ ଦୁର୍ଗା ପ୍ରସାଦ ଦାଶ, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥଙ୍କ ସମେତ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଭିଯୋଗ ପଞ୍ଜୀକରଣ ଦାୟୀତ୍ୱରେ ହିମାଂଶୁ ଶେଖର ନାୟକ ଥିବା ବେଳୋ ଅନନ୍ତ କିଶୋର ପଣ୍ଡା, ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.