Home ଜିଲ୍ଲା ପରିକ୍ରମା ଜିପିଏଲଏଫ ଅଗୋଚରରେ କାର୍ଯ୍ୟାଳୟ ଗୃହ ନିର୍ମାଣ ଆରମ୍ଭ, ସଦର ମହାକୁମା ଠାରୁ ୪ କିମି ଦୂରରେ...

ଜିପିଏଲଏଫ ଅଗୋଚରରେ କାର୍ଯ୍ୟାଳୟ ଗୃହ ନିର୍ମାଣ ଆରମ୍ଭ, ସଦର ମହାକୁମା ଠାରୁ ୪ କିମି ଦୂରରେ ହେଉଛି ନିର୍ମାଣ, ବିରୋଧ କଲେ ମହିଳା ମହାସଂଘ, କାର୍ଯ୍ୟ ବନ୍ଦ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ

1

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲ୍ଲାର ବନ୍ତ ବ୍ଲକ ଆଡିଆ ପଂଚାୟତରେ ମହିଳା ମହାସଂଘକୁ ଅନ୍ଧାରରେ ରଖି କାର୍ଯ୍ୟାଳୟ ଗୃହ ଓ ମାର୍କେଟ କପ୍ଲେକ୍ସ ନିର୍ମାଣ ହେବା ଘଟଣାକୁ ନେଇ ଆଜି ସଂଘ ପକ୍ଷରୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଙ୍କୁ ଏକ ଅଭିଯୋଗ ପତ୍ର ଦିଆଯାଇଛି। ପଂଚାୟତ ମହାସଂଘ ଅଗୋଚରରେ ନିର୍ମାଣ ହେଉଛି ଏହି କାର୍ଯ୍ୟାଳୟ ଓ ମାର୍କେଟ କମ୍ପେ୍ଲକ୍ସ ବିଲିଡିଙ୍ଗ । ପଂଚାୟତ ସଦର ମହକୁମା ଠାରୁ ପ୍ରାୟ ୪ କିମି ଦୂରରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିରୋଧ କରିଛି ମହସଂଘ।ଏଠାରେ ସୂଚନାଯୋଗ୍ୟ ମହାସଂଘ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଆଡିଆ ସଦର ମହକୁମା କଳାପାହାଡ଼ ପଡିଆର ଏକ ସ୍ଥାନ ନିରୂପଣ କରାଯାଇ ମହାସଂଘ ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଥିଲା। କିନ୍ତୁ ଉକ୍ତ ସ୍ଥାନ ବଦଳାଇ ମହାସଂଘ ଅଗୋଚରରେ ୩ କିମି ଦୂର କୁଆଁର୍ଦାରେ ନିର୍ମାଣ ଆରମ୍ଭ ହୋଇଛି । ଏକଥା ଜଣା ପଡିବା ପରେ ମହାସଂଘର ସଭାନେତ୍ରୀ ସମ୍ପାଦିକା, ଏମବିକେ, ସିଆରପି ଓ ଇସି ସଭ୍ୟା ମାନେ ଜିଲାପାଳଙ୍କ ଠାରେ ଉକ୍ତ କାର୍ଯ୍ୟ ବନ୍ଦ କରାଯାଇ ସେମାନେ ସିଦ୍ଧାନ୍ତ ନେଇଥିବା ସ୍ଥାନରେ ନିର୍ମାଣ ଆରମ୍ଭ କରିବାକୁ ଦାବି କରି ସେଠାକୁ ନିୟମିତ ଯାତାୟାତ କରିବାରେ ସମସ୍ୟା ହେବା ସହ ମାର୍କେଟିଙ୍ଗ ସୁବିଧା ମିଳିବ ନାହିଁ ବୋଲି କହିଛନ୍ତି । ସ୍ଥାନୀୟ ସରପଂଚ ତଂଚକତା କରି ସ୍ଥାନ ବଦଳାଇ ନିଜ ଗ୍ରାମରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.