Home ଓଡ଼ିଶା ଜିପସମ୍ ପରିବହନକୁ କେନ୍ଦ୍ରକରି ଇଫକୋ ସାର କାରଖାନାରେ ଉତ୍ତେଜନା

ଜିପସମ୍ ପରିବହନକୁ କେନ୍ଦ୍ରକରି ଇଫକୋ ସାର କାରଖାନାରେ ଉତ୍ତେଜନା

91

ଜଗତସିଂହପୁର-୯/୯ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ପାରାଦ୍ବୀପ ଇଫକୋ ସାର କାରଖାନା ଗେଟ ଆଗରେ ଉତେଜନା ଦେଖାଦେଇଛି। ଗଣ୍ଡଗୋଳ ଆଶଙ୍କାରେ ସିଆଇଏସଏଫ୍ ଓ ପୋଲିସ ମୁତୟନ ଅଛନ୍ତି। ଜିପସମ ପରିବହନ କରିବାକୁ ଯାଉଥିବା ନିରାକାର କନଷ୍ଟ୍ରକସନ୍ ର ତିନୋଟି ଟେଲର କୁ ଅଟକାଇ ରଖିଛନ୍ତି ପାରାଦୀପ୍ ର ତିନୋଟି ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା। ଜେ ସି ସି ବ୍ୟାନର ରେ ଏହି ତିନୋଟି ଟ୍ରକ ମାଲିକ ସଂଘ ବାହାର ଗାଡି ଦ୍ଵାରା ପରିବହନକୁ ବିରୋଧ କରିଥିବା ବେଳେ ଇଫକୋ ଗେଟ ଆଗରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଯାହାଫଳରେ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ସହ ୪ ଟି ଥାନାର ଆଇ ଆଇ ସି ଓ ପାରାଦୀପ୍ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଅଛନ୍ତି। ତିନୋଟି ଟ୍ରକ୍ ମାଲିକ ସଂଘ କୁ ନେଇ ଗଠିତ ଜେ ସି ସି ର ଅଭିଯୋଗ ଅନୁଯାଇ ସ୍ଥାନୀୟ ଯୁବକ ମାନେ ଟ୍ରକ୍ କିଣି ଋଣରେ ବୁଡି ରହିଥିବା ବେଳେ ଆଇରନ୍ ପରିବହନ ରେ ସେତେଟା ଲାଭ ମଧ୍ୟ ହେଉନାହିଁ। ପୂର୍ବରୁ ଚୁକ୍ତି ଅନୁଯାଇ ତିନୋଟି ଟ୍ରକ୍ ମାଲିକ ସଂଘ ର ଟ୍ରକ୍ ପାରାଦୀପ୍ ର ବିଭିନ୍ନ କମ୍ପାନୀମାନଂକରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ମାଲ୍ ପରିବହନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଉ ସେତିକି ବେଳେ ସ୍ଥାନୀୟ କମ୍ପାନୀ ଏସବୁକୁ ଦୃଷ୍ଟି ରେ ନ ରଖି ବାହାର ଗାଡିକୁ ନେଇ ପରିବହନ କରିବାକୁ ଯାଉଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ଜେ ସି ସି। ମଙ୍ଗଳବାର ଦିନ ପରିବହନ କରିବାକୁ ଯାଉଥିବା ନିରାକାର କନଷ୍ଟ୍ରକସନର ତିନୋଟି ଟେଲର କୁ ଅଟକାଇ ରଖିଛନ୍ତି ଜେ ସି ସି ର କର୍ମକର୍ତ୍ତା। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ଆଗକୁ ଜିପସମ ପରିବହନକୁ ନେଇ ବଡ ସମସ୍ୟା ଉପୁଜିପାରେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.