ନୂଆ ଦିଲ୍ଲୀ ୧-୭ (ଓଡ଼ିଆ ପୁଅ) ଦେଶରେ ବସ୍ତୁ ଓ ସେବା କର (ଜିଏସ୍ଟି) ପ୍ରବର୍ତ୍ତନ ହେବାର ଚାରିବର୍ଷ ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ପ୍ରଶଂସା କରିବା ସହ ଦେଶର ଆର୍ଥିକ ଦୃଶ୍ୟପଟରେ ଏହାକୁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି।
ଏକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଦେଶର ଆର୍ଥିକ ଦୃଶ୍ୟପଟରେ ଜିଏସ୍ଟି ଏକ ମାଇଲଖୁଣ୍ଟ। ଏହା ବିଭିନ୍ନ ଟିକସ ହ୍ରାସ କରିବା ସହ, ଅନୁଷ୍ଠାନିକ କାଗଜପତ୍ର ଓ ମୋଟ ଟିକସ ବୋଝରୁ ଜନସାଧାରଣଙ୍କୁ ରକ୍ଷା କରିବ। ଏହା ସ୍ୱଚ୍ଛତା ଓ ମୋଟ ଟିକସ ଆଦାୟ ବୃଦ୍ଧି କରିବାରେ ସମର୍ଥ ହୋଇଛି।








