Home ଓଡ଼ିଶା ଜିଏମୟୁରେ ଭ୍ରାମ୍ୟମାଣ ପ୍ରଦର୍ଶନୀ

ଜିଏମୟୁରେ ଭ୍ରାମ୍ୟମାଣ ପ୍ରଦର୍ଶନୀ

121

ସମ୍ବଲପୁର, ୦୫/୧୧ (ଓଡ଼ିଆ ପୁଅ) ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଗତକାଲି ବରଗଡ଼ର ପ୍ରକୃତି ପ୍ରେମ ଅନୁଷ୍ଟାନ ପକ୍ଷରୁ ଭ୍ରାମ୍ୟମାଣ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହାକୁ ବଶ୍ୱବିଦ୍ୟାଳୟର କୁଳପତି ଡ଼. ଅତନୁ କୁମାର ପତି ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀର ଚବିଶ ବର୍ଷର ଉଦ୍ୟମରୁ ସଂଗୃହୀତ ଐତିହାସିକ ତାମ୍ର ପଟ୍ଟା, ଦସ୍ତାବେଜ, ଆଭୂଷଣ, ପରିଧାନ, ତାଳପତ୍ର ପୋଥି ଆଦି ଅଢେଇ ହଜାର କିସମର ସାମଗ୍ରୀକୁ ଛାତ୍ରଚାତ୍ରୀ ମାନେ ଦେଖିଥିଲେ। ଏଥିରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ବୌଦ୍ଧ କାଳର ଦ୍ରବ୍ୟ ମଧ୍ୟ ରହିଥିଲା। ବରଗଡ଼ର ସତ୍ୟ କେତନ ମହାନ୍ତି ସଂଗ୍ରହକୁ ରୁଚି ଭାବେ ଗ୍ରହଣ କରି ରାଜ୍ୟ ଏବଂ ରାଜ୍ୟ ବାହାରୁ ଚଉଦ ବିଭାଗରେ ନଅ ହଜାର ସାମଗ୍ରୀ ସଂଗ୍ରହ କରିସାରିଲେଣି। ବ୍ୟବସାୟ ପ୍ରବଂଧନ ଶିକ୍ଷା ହାସଲ କରି ବିଭିନ୍ନ ଚାକିରୀ ରେ ଯୋଗଦେବା ପରେ ସେ ଏବେ ନିଜସ୍ୱ ବ୍ୟବସାୟ ସହିତ ପ୍ରାଚୀଦ ଦ୍ରବ୍ୟ ସଂଧାନ ଏବଂ ସଂଗ୍ରହରେ ଲାଗିଛନ୍ତି। ସତ୍ୟ କେତନ ଆଗକୁ ପଶଚିମ ଓଡ଼ିଶାର ଏକ ମ୍ୟୁଜିୟମ ପ୍ରତିଷ୍ଟା କରି ଆଗାମୀ ପିଢୀ ପାଇଁ ସାର୍ବଜନୀନ କରିବା ବୋଲି କହିଛନ୍ତି। ତାଙ୍କ ଦ୍ୱାରା ସଂଗ୍ରୁହୀତ ସାମଗ୍ରୀ ମଧ୍ୟରେ ଜିବାଷ୍ମ, ଔଷଧୀୟ ବୃକ୍ଷଲତା, ଜନଜାତି ଇଲାକାର ଦ୍ରବ୍ୟ, ବ୍ରିଟିଶ ସମୟ ଚିଠିପତ୍ର ମଧ୍ୟ ରହିଛି। ପ୍ରଫେସର କାମଦେବ ସାହୁ, ଲିଟନ ଦାସ, ବିକ୍ରମ ରାଉତ, ଲାଲୁ ପାଲ, ଅମିତ ଦ୍ୱବେଦୀ, ସଞ୍ଜୟ ଦାଶ, ଲିପୁ ସ୍ୱାଇଁ ପ୍ରଦର୍ଶନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.