Home ଜିଲ୍ଲା ପରିକ୍ରମା ଜାହାଙ୍ଗୀର ଚୋରି ଘଟଣାର ଗୋଟିଏ ଦିନ ପରେ ସନ୍ଧାନି କୁକୁର ସହ ପୋଲିସ ପହଂଚିଲା

ଜାହାଙ୍ଗୀର ଚୋରି ଘଟଣାର ଗୋଟିଏ ଦିନ ପରେ ସନ୍ଧାନି କୁକୁର ସହ ପୋଲିସ ପହଂଚିଲା

10

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗୀର ଗ୍ରାମର ଭାସ୍କର ନାୟକଙ୍କ ଘରେ ଗୋଟେ ଦିନ ପୂର୍ବେ ଚୋରି ଘଟଣାରେ ଆଜି ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି। ମଧ୍ୟାହ୍ନରେ କୁକୁର ପହଂଚି ଚୋରି ହୋଇଥିବା ସ୍ଥାନରୁ ଯାଇ ଗ୍ରାମର ବିଭିନ୍ନ ସ୍ଥାନକୁ ଶୁଙ୍ଘି ଯାଇଥିଲେ ସୁଦ୍ଧା ଚୋର ଧରି ନପାରି ଖାଲି ହାତରେ ଫେରି ଯାଇଛି। ସୁଚନା ଥାଉ କି ରବିବାର ମଧ୍ୟ ରାତ୍ରରେ ଭାସ୍କର ନାୟକଙ୍କ ପରିବାର ଘରେ ଶୋଇଥିବା ଅବସ୍ଥାରେ ଚୋର ମାନେ ପସି ଚୋରି କରୁଥିଲେ। ଏହି ସମୟରେ ଭାଷ୍କର ଙ୍କ ସ୍ତ୍ରୀର ନିଦ ଭାଙ୍ଗିଯିବାରୁ ଚିତ୍କାର କରିବାରୁ ଚୋରମାନେ ୨ ଟି ଟିଣ ବାକ୍ସ ଧରି ଦୌଡ଼ି ପଳାଇଥିଲେ। ପରିବାର ଓ ଗ୍ରାମ ଲୋକେ ଏକତ୍ରିତ ହୋଇ ଚୋରକୁ ଧରିବା ଲାଗି ଖୋଜା ଖୋଜି କରିଥିଲେ ସୁଦ୍ଧା ଧରିପାରିନଥିଲେ। ସମୋବାର ସଖାଳୁ ଗୋଟାଏ ବାକ୍ସ ଘର ପଛ ପାଖରେ ପଡିଥିବା ବେଳେ ଅନ୍ୟ ବାକ୍ସଟି ଗୋଟେ କିମି ଦୂର ରାଉତ ସାହି ଛକ ନିକଟରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ବାକ୍ସ ରୁ ଚାବି ଭଙ୍ଗା ଯାଇ ଥିବା ସୁନା, ରୂପା ଓ ୫୦ ହାଜର ଟଙ୍କା ଦୁର୍ବୃତ ମାନେ ନେଇଯାଇଛନ୍ତି। ଅନ୍ୟ କପଡା ଓ କାଗଜ ପତ୍ର ସେହିଠାରେ ଫିଙ୍ଗି ଦେଇଥିଲେ। ଏ ନେଇ ପରିବାର ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରିଥିଲା। ତେବେ ଘଟଣା ର ଗୋଟେ ଦିନ ପରେ ପୁଣି ସନ୍ଧାନି କୁକୁର ମଙ୍ଗଳବାର ପୋଲିସ ସହିତ ଚୋରି ହୋଇ ଥିବା ସ୍ଥାନକୁ ଯାଇଥିଲା। ହେଲେ ଶେଷରେ ଚୋର ଧରି ନପାରି ଖାଲି ହାତରେ ଫେରି ଆସି ଥିଲା ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.