Home ଓଡ଼ିଶା ଜାଲ ଆଧାର ପରିଚୟ ପତ୍ର ପ୍ରଦାନ କରି ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗ

ଜାଲ ଆଧାର ପରିଚୟ ପତ୍ର ପ୍ରଦାନ କରି ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗ

106

ବଲାଙ୍ଗୀର ୨୨-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସାଧାରଣ ଜନତା ଙ୍କ ପରିଚୟ ପତ୍ର ଭାବେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ସରକାରୀ ଯୋଜନା ରେ ଆଧାର ବାଧ୍ୟତାମୂଳକ ବୋଲି ନିୟମ ଜାରି କରାଯାଇଛି। ହେଲେ ଅନେକ ଏହି ସରକାରୀ ଆଧାର ପରିଚୟ ପତ୍ର ପାଇ ନ ପାରି ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି। ଏପରିକି କିଛି ଅସାଧୁ ସାଧାରଣ ଗରିବ ଶ୍ରେଣୀର ଲୋକଙ୍କୁ ତାଙ୍କ ସରଲତାର ସୁଯୋଗ ନେଇ ଠକେଇ କରି ଆସୁଥିବା ଘଟଣା ଦୃଷ୍ଟି କୁ ଆସୁଛି। ଅଭିଯୋଗ ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ମୁରିବାହଲ ବ୍ଳକ ଅନ୍ତର୍ଗତ ଚିଙ୍ଗେରମୁଣ୍ଡା ଓ ହଳଦୀ ଗ୍ରାମର ପ୍ରାୟ ୨୭ ଜଣ ବୃଦ୍ଧ, ବୃଦ୍ଧା ଙ୍କୁ ତାଙ୍କ ମାସିକ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ଆଧାର ପରିଚୟ ପତ୍ର ଆବଶ୍ୟକ ହୋଇଥିବା ବେଳେ ତାଙ୍କ ନିକଟ ରୁ ଜଣ ପ୍ରତି ୧୫୦୦ ଟଙ୍କା ଲେଖାଏଁ ଆଦାୟ କରି ଜାଲ ଆଧାର ପରିଚୟ ପତ୍ର ପ୍ରଦାନ କରିଥିଲେ। ଅଭିଯୋଗ ଅନୁଯାୟୀ ଟିଟିଲାଗଡ଼ ସହରର ସତ୍ୟ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ନିକଟ ରୁ ଟଙ୍କା ନେଇ ଯାଇ ଆଧାର ଆବେଦନ ନ କରି ଜାଲ ଆଧାର ନମ୍ବର ମାନ ଦେଇ ତାଙ୍କୁ ରଙ୍ଗୀନ ଫଟୋ ଯୁକ୍ତ ଆଧାର ଟିଟିଲାଗଡ଼ ର ଏକ କମ୍ପ୍ୟୁଟର କେନ୍ଦ୍ର ରେ ନିଜେ ତିଆରି କରେଇ ଦେଇଥିଲେ। ଉକ୍ତ ଆଧାର ପରିଚୟ ପତ୍ର ମାନ ମୁରିବାହଲ ବ୍ଲକ ରେ ଦାଖଲ କରିଥିବା ବେଳେ ତାହା ଜାଲ ଆଧାର ନମ୍ବର ବୋଲି ଅନଲାଇନ ଯୋଗେ ଜଣା ପଡିଥିଲା। ମୁରିବାହଲ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ନିକଟ ରୁ ଜାଣି ସେମାନେ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ରେ ଗତ ମାସରେ ୧୮ ଟି ଜାଲ ଆଧାର ପରିଚୟ ପତ୍ର ଜଣେ ବ୍ୟକ୍ତି ତୁରନ୍ତ କରିଦେବା କହି ତାଙ୍କ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ତେବେ ସରକାରୀ ଭାବେ ଏହି ପରିଚୟ ପତ୍ର ମାଗଣାରେ ସାଧାରଣ କିପରି ପାଇ ପାରିବେ ଓ ଏଥିପାଇଁ କେତେ ଟଙ୍କା ଆବେଦନ ପାଇଁ ଦାଖଲ କରିବା କୁ ପଡେ ସେ ନେଇ ସଚେତନତା ସୃଷ୍ଟି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏହି ଅସାଧୁ ଠକେଇ କରୁଥିବା ଅଭିଯୁକ୍ତ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉକ୍ତ ହିତାଧିକାରୀ ଦାବି କରିଛନ୍ତି। ତେବେ ଉକ୍ତ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.