ଶ୍ରୀନଗର ୧୨-୮ (ଓଡ଼ିଆ ପୁଅ) : ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଶୁକ୍ରବାର ଦିନ ଆତଙ୍କବାଦୀମାନେ ଆଉ ଜଣେ ପ୍ରବାସୀ ଯବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଖବର ଅନୁଯାୟୀ, ମୃତକ ହେଉଛନ୍ତି ବିହାରର ୧୯ ବର୍ଷର ଯୁବକ। ତାଙ୍କ ନାମ ମହମ୍ମଦ ଅମରେଜ ବୋଲି ଜଣାପଡିଛି।
ପୋଲିସର ସୂଚନାନୁସାରେ, ବାନ୍ଦିପୋରା ଜିଲ୍ଲାର ତହସିଲ ଅଜାସର ସାଡୁନାରା ଗ୍ରାମରେ ଏହି ଘଟଣା ଘଟିଛି।
ଆମ୍ରେଜ ମଧେପୁରା ଜିଲ୍ଲାର ବେସାଦ ଗାଁର ବାସିନ୍ଦା ଥିଲେ। ତାଙ୍କ ପିତାଙ୍କ ନାମ ମହମ୍ମଦ ଜଲିଲ ବୋଲି କୁହାଯାଉଛି। ଅମରେଜ କାମ କରିବାକୁ ଏଠାକୁ ଆସିଥିଲେ।








