Home ଜିଲ୍ଲା ପରିକ୍ରମା ଜାମିନରେ ଆସିଥିବା ଅଭିଯୁକ୍ତଙ୍କ ଘର ପୋଡ଼ି ଅଭିଯୋଗ

ଜାମିନରେ ଆସିଥିବା ଅଭିଯୁକ୍ତଙ୍କ ଘର ପୋଡ଼ି ଅଭିଯୋଗ

87

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଭୂଜାଲି ମାଡ କରି ପରେ ଜାମିନରେ ।ସିଥିବା ଅଭିଯୁକ୍ତଙ୍କ ଘର ପୋଡ଼ି ଦିଆଯାଇଥିବାର ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ଭଦ୍ରକ ସହରର ବାଉଦପୁର ଅଞ୍ଚଳରେ । ସୂଚନା ଅନୁଯାୟୀ ଗତ ମାସ ୩୦ ତାରିଖ ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଉଦପୁର ସାଳନ୍ଦୀ ପୋଲ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ କୁହାଯାଉଥିବା ବାବୁରାମ ଯେନା ସେହି ଗ୍ରାମର ଅପରେଶ ଯେନାଙ୍କୁ ଭୂଜାଲିରେ ଆକ୍ରମଣ କରିଥିଲେ । ଏଥିରେ ଅପରେଶ ଗୁରୁତର ଆହତ ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ । ପରେ ଗିରଫ ହୋଇଥିବା ବାବୁରାମ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିଲେ । ତେବେ ବାବୁରାମର ଘରେ କେତେକ ଦୁର୍ବୁତ୍ତ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବାର ଅଭିଯୋଗ ହୋଇଛି ଗ୍ରାମାଞ୍ଚଳ ଥାନାରେ । ସେ ନିଜ ଝିଆରୀ ସହ ଘରେ ଶୋଇଥିବାବେଳେ, ଅନ୍ୟ ଏକ ଘରେ ତାଙ୍କ ଭାଇ ଭାଉଜ ଶୋଇଥିଲେ । ଏହି ସମୟରେ କେତେକ ଦୁର୍ବୁତ୍ତ ବାହାର ପଟୁ କବାଟ ବନ୍ଦ କରି ଘରେ ନିଆଁ ଲଗାଇ ଦେଇଥିବାବେଳେ, ସେମାନେ କବାଟ ଭାଙ୍ଗି ବାହାରକୁ ପଳାଇ ଆସିଥିଲେ । ଏହି ଅଗ୍ନିକାଣ୍ଡରେ ତାଙ୍କର ୩ବଖରା ଘର ସମେତ ବିବାହ ସମୟରେ ଆସିଥିବା ସମସ୍ତ ଅସବାବତ୍ର ପୋଡ଼ି ପାଉଁଶ ହୋଇଯାଇଛି ବୋଲି ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଆକ୍ରମଣର ଶୀକାର ହୋଇଥିବା ଅପରେଶଙ୍କ ପତ୍ନୀ ପୂର୍ଣ୍ଣିମା ଆଜି ଗ୍ରାମାଞ୍ଚଳ ଥାନାରେ ପହଞ୍ଚି ଅଭିଯୁକ୍ତ ବାବୁରାମ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବାର ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତଜଣକ ପୂର୍ବରୁ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ରହି ଆଜୀବନ ସଜା କାଟି ଘରକୁ ଫେରିବା ପରେ କେତେକ ବ୍ୟକ୍ତିଙ୍କ ସହ ଆତଙ୍କରାଜ ଚଳାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ ନିଜ ଘରେ ନିଜେ ନିଆଁ ଲଗାଇ ଥାନାରେ ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି ପୂର୍ଣ୍ଣିମା । ତେଣୁ ଏବେ ଗୁରୁତର ଅବସ୍ଥାରେ ଘରେ ଚିକିତ୍ସାଧିନ ଥିବା ସ୍ୱାମୀ ଅପରେଶ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ସେ ଗ୍ରାମାଞ୍ଚଳ ପୁଲିସ ନିକଟରେ ଲିଖିତ ଭାବେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.