Home ଜିଲ୍ଲା ପରିକ୍ରମା ଜାମା ମସଜିଦରେ ରମଜାନ ମାସର ଶବେକଦର ପର୍ବ ପାଳିତ

ଜାମା ମସଜିଦରେ ରମଜାନ ମାସର ଶବେକଦର ପର୍ବ ପାଳିତ

12

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସମସ୍ତ ମସଜିଦ ସହିତ ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦ ରେ ମଧ୍ୟ “ଶବେକଦର ପର୍ବ” ତଥା “ଲଏଲତୁଲ କଦ୍ର” ପର୍ବ ପାଳନ ହୋଇଯାଇଛି ଓ ରମଜାନ ମାସର ୨୬ ରୋଜା (ଉପବାସ) ଓ ୨୭ ତରା୍ୱୀ ନମାଜରେ ଶବେକଦର ପର୍ବ ପାଳନ କରାଯାଏ ଓ ଏହି ଶବେକଦର ରେ ଇସଲାମ ଧର୍ମର ପବିତ୍ର “କୋରାନ” ନାଜିଲ ହୋଇଥିଲା ଓ ଏହି ପର୍ବରେ ଭଦ୍ରକର ସମସ୍ତ ମସଜିଦ ଗୁଡିକ ରଙ୍ଗ ବେରଙ୍ଗ ର ଆଲୋକ ରେ ସଜା ଯାଇଥିଲା ଓ ରମଜାନ ର ପ୍ରଥମ ତରାୱୀ ଠୁ ୨୭ ତରା୍ୱୀ ନମାଜ ପର୍ଯ୍ୟନ୍ତ କୋରାନକୁ ମୁଖସ୍ତ କରିଥିବା ହାଫିଜ଼ମାନେ ତରା୍ୱୀ ନମାଜ ପଢ଼ାନ୍ତି ଓ ୨୭ ତରା୍ୱୀ ରେ ଲୋକେ ନିଜ ନିଜର ଦେୟ (ନଜରାନା) କୁ ମସଜିଦରେ ହାଫିଜ଼ ଓ ମୌଜନ ଙ୍କୁ ଦେଇଥାନ୍ତି ଓ ଏହି ଶବେକଦର ରାତ୍ରିରେ ଅନିଦ୍ରା ରହି ରାତ୍ରି ତମାମ ନମାଜ ପାଠ କରନ୍ତି ଓ ଜାମା ମସଜିଦ ସରଜମିନ ରେ ମଧ୍ୟ “ଶବେକଦର” ପର୍ବ ଜାମା ମସଜିଦ ର ସଭାପତି ହାଜି କାସିମ ଖାନ ଙ୍କ ସଭାପତିତ୍ୱ ରେ ଓ ସଂଚାଳକ ଭାବେ ଶେଖ ମଇରାଜୁଦ୍ଦିନ ଙ୍କ ସଂଯୋଜନାରେ ଆରମ୍ବ ହୋଇଥିଲା ଓ ଏଥିରେ ମୁସଲିମ ଜମାତ ର ବରିଷ୍ଠ ସଭ୍ୟ ହାଜି ଅନୱର ହୋସେନ , ମୁସଲିମ ଜମାତର ସମ୍ପାଦକ ହାଜି ମୁକିତ ଖାନ , ଜାମା ମସଜିଦର ପୂର୍ବତନ ସଭାପତି ହାଜି ଏନାମ ମହମ୍ମଦ , ମସଜିଦ କମିଟିର ସଭାପତି , ସମ୍ପାଦକ ଶେଖ ହାଫିଜୁଲ୍ଲା ଏବଂ ବରିଷ୍ଠ ସଭ୍ୟମାନେ ମସଜିଦର ହାଫିଜ଼ ଓ ମୌଜନ ଙ୍କୁ ମସଜିଦରେ ଉଠିଥିବା ଅର୍ଥରାଶି କୁ ଉପହାର ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତରେ ଜାମା ମସଜିଦ ର ସଭାପତି ମସଜିଦର ଆୟ ଓ ବ୍ୟୟ (ଫେବୃରାରୀ / ୨୦୨୫ ) ପର୍ଯ୍ୟନ୍ତ୍ର ର ହିସାବ ସର୍ବସାଧାରଣରେ ପ୍ରକାଶ କରିଥିଲେ ଓ ଏହି ତରାୱୀ ନମାଜରେ ଛୋଟ ଛୋଟ ୫ ଜଣ ପିଲାଙ୍କୁ ମିର୍ଜା ଜାୱେଦ ଙ୍କ ତରଫରୁ ଇମାମ ସାହେବ ଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା ଓ ଏହା ଛଡ଼ା କମିଟି ତରଫରୁ ମସଜିଦରେ ଅଏତେକାଫରେ ବସିଥିବା ୭ ଜଣଙ୍କୁ ଓ ମସଜିଦର ବର୍ଷ ସାରା ସଫେଇ କାର୍ଯ୍ୟ କରୁଥିବା ୨୦ ଜଣଙ୍କୁ ମଧ୍ୟ ଉପହାର ପ୍ରଦାନ କରାଯାଇଥିଲା ଓ କମିଟି ର ଅବଦୁଲ ରହେମାନ , ଶେଖ ଇଲୟାସ , ମୁସଲିମ ଖାନ , ଶେଖ ଅନୱର (ବାବୁ), ଶେଖ ଇମତିୟାଜ଼ , ବୁଦ୍ଧିଆ ରହେମାନ , ଗୁଲ ମହମ୍ମଦ ଖାନ, ଶେଖ ନିୟାଜ଼, ଅନୱାର ସାହା , ମୀର ମହେବୁବ ପ୍ରମୁଖ ଉପସ୍ଥିତ ରହି ଶବେକଦର ପର୍ବକୁ ପରିଚାଳନା କରିଥିଲେ ଏବଂ ପରିଶେଷରେ ଫାତେହା (ପ୍ରସାଦ) କରି ସର୍ବସାଧାରଣରେ ବଂଟନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.