Home Top News ଜାଭେଲିନ୍ ଥ୍ରୋରେ ଭାରତକୁ ଏକାଥରକେ ଦୁଇଟି ପଦକ: ଦେବେନ୍ଦ୍ରଙ୍କୁ ସିଲଭର ଏବଂ ସୁନ୍ଦରଙ୍କୁ ବ୍ରୋଞ୍ଜ

ଜାଭେଲିନ୍ ଥ୍ରୋରେ ଭାରତକୁ ଏକାଥରକେ ଦୁଇଟି ପଦକ: ଦେବେନ୍ଦ୍ରଙ୍କୁ ସିଲଭର ଏବଂ ସୁନ୍ଦରଙ୍କୁ ବ୍ରୋଞ୍ଜ

75

ନୂଆ ଦିଲ୍ଲୀ ୩୦ ଅଗଷ୍ଟ (ଓଡ଼ିଆ ପୁଅ) ଆଜି ଭାରତ ଟୋକିଓ ପାରାଲିମ୍ପିକ୍ସରେ ଅନେକ ପଦକ ଆଶା ରଖିଛି। ଯୋଗେଶ କାଥୁନିୟା ଡିସ୍କସ୍ ଥ୍ରୋ ଫାଇନାଲରେ ନିଜର ଦୃଢ଼ତାର ସହିତ ପ୍ରଦର୍ଶନ କରି ରୌପ୍ୟ ଜିତିଥିବା ବେଳେ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଆଣିଛନ୍ତି ଅବାନୀ ଲେଖରା। ଏଥି ସହିତ ଜାଭେଲିନ୍ ଥ୍ରୋର ଅନ୍ତିମ ମ୍ୟାଚ୍ ରେ ସୁମିତ ଆଣ୍ଟିଲ ଏବଂ ସନ୍ଦୀପ ଚୌଧୁରୀଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ରବିବାର ଦିନ ଭାରତ ଗୋଟିଏ ଦିନରେ ଚାରୋଟି ପଦକ ହାସଲ କରିଛି। ଅବାନୀ ଲେଖରା ୧୦ ମିଟର ଏୟାର ପିସ୍ତଲରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଡିସ୍କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ। ତେବେ ଜାଭେଲିନ୍ ଥ୍ରୋରେ ଭାରତକୁ ଏକାଥରକେ ଦୁଇଟି ପଦକ ମିଲିଛି ଦେବେନ୍ଦ୍ରଙ୍କୁ ସିଲଭର ଏବଂ ସୁନ୍ଦରଙ୍କୁ ବ୍ରୋଞ୍ଜ ପଦକ ମିଳିଛି।

ଦେବେନ୍ଦ୍ର ୬୪.୩୫ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଦେଶ ପାଇଁ ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ୬୪.୦୧ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ବ୍ରୋଞ୍ଜ ପଦକ ଜିତିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.