Home ଓଡ଼ିଶା ଇଭିଏମ ଭଙ୍ଗା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଜାମିନ୍ ଆବେଦନ ଖାରଜ, ଜେଲ୍‌ ଗଲେ

ଇଭିଏମ ଭଙ୍ଗା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଜାମିନ୍ ଆବେଦନ ଖାରଜ, ଜେଲ୍‌ ଗଲେ

2292

ସୋରଡ଼ା, ୧୯-୪ (ଓଡ଼ିଆ ପୁଅ) : ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଗତକାଲି ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜାମିନ୍ ଆବେଦନ କରିଥିଲେ। ତେବେ ତାହା ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟଯେ, ଗତକାଲି ମତଦାନ ଚାଲିଥିବା ବେଳେ ସୋରଡ଼ା ନିର୍ବାଚନମଣ୍ଡଳୀର ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା। ନୀଳମଣି ଇଭିଏମ୍ ଭାଙ୍ଗିଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଥିଲେ। ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ ଆଧାରରେ ନୀଳମଣିଙ୍କୁ ଗିରଫ କରିଥିଲା ସୋରଡ଼ା ଥାନା ପୋଲିସ। ଗିରଫଦାରୀ ନେଇ ସୂଚନା ଦେଇଥିଲେ ଆସ୍କା SDPO।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.