Home କେନ୍ଦ୍ରାପଡ଼ା ଜାତୀୟ ସ୍ତରର ପୂର୍ବତନ ଭଲିବଲ ଖେଳାଳୀଙ୍କ ପରଲୋକ

ଜାତୀୟ ସ୍ତରର ପୂର୍ବତନ ଭଲିବଲ ଖେଳାଳୀଙ୍କ ପରଲୋକ

34

କେନ୍ଦ୍ରାପଡ଼ା ୪ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ଭଲିବଲ ଖେଳକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ତରଡିପାଳ ଗ୍ରାମର ବିଶିଷ୍ଟ କ୍ରୀଡାବିତ ତଥା ଜାତୀୟ ସ୍ତରର ପୂର୍ବତନ ଭଲିବଲ ଖେଳାଳୀ ପ୍ରଫୁୁଲ୍ଲ ବିଶ୍ୱାଳଙ୍କ ୫୮ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ବିଶ୍ୱାଳ ଗ୍ରାମାଞ୍ଚଳ ଭଲିବଲ ଖେଳ ପ୍ରତିଯୋଗୀତାରେ ପାରଦର୍ଶିତା ଦେଖାଇ ୯୦ଦଶକରେ ଓଡିଶା ପୋଲିସରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ। ସେ ବିଭିନ୍ନ ସମୟରେ ଓଡିଶା ପୋଲିସର ଭଲିବଲ ଦଳରେ ପ୍ରତିନିଧିତ୍ୱ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ରାଜ୍ୟ ପାଇଁ ସୁନାମ ଅର୍ଜ୍ଜନ କରିଥିଲେ। କନ୍ଧମାଳ ଜିଲ୍ଲାରେ ପୋଲିସ ସବଇନିସପେକ୍ଟର ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତ ବିଶ୍ୱାଳଙ୍କ ମରଶରୀର ଜନ୍ମମାଟି ତରଡିପାଳ ଗ୍ରାମରେ ପହଞ୍ଚିବା ପରେ ଜାତୀୟ କ୍ରୀଡା ସଂସଦର କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗ୍ରାମ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ରିପନ ମୁଖାଗ୍ନି ଦେଇଥିଲେ। ବରିଷ୍ଠ ଖେଳାଳୀ ନୃସିଂହ ବିଶ୍ୱାଳ, ବସନ୍ତ ବିଶ୍ୱାଳ, ସୁଶିଲ ବିଶ୍ୱାଳ, ଜନ୍ମେଜୟ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ରୂହିନାଥ ସାମଲ, ବଟକୃଷ୍ଣ ତ୍ରିପାଠୀ, ପଦ୍ମନାଭ ରାଉତ, ଅଶୋକ ବିଶ୍ୱାଳ, ଜ୍ଞାନରଞ୍ଜନ ବିଶ୍ୱାଳ, ନନ୍ଦ କିଶୋର ଧଳ, ରାଜକିଶୋର ବିଶ୍ୱାଳ, ସଚ୍ଚିଦାନନ୍ଦ ବିଶ୍ୱାଳ, ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, ତରଡିପାଳ ସରପଞ୍ଚ ପ୍ରିୟଦର୍ଶିନୀ ତରାଇ, ପ୍ରମୋଦ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ଇଂ ଧନେଶ୍ୱର ବିଶ୍ୱାଳ, ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରି ପରିବାରକୁ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.