Home କୋରାପୁଟ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ କ୍ୟାମ୍ପକୋର୍ଟ- କୋରାପୁଟ ଜିଲ୍ଲାରେ ସଚେତନତା ତଥା ସହଭାଗିତାର...

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ କ୍ୟାମ୍ପକୋର୍ଟ- କୋରାପୁଟ ଜିଲ୍ଲାରେ ସଚେତନତା ତଥା ସହଭାଗିତାର ଅଭାବ ରହିଛି

145

କୋରାପୁଟ ; ତା୦୪-୧୦-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ କ୍ୟାମ୍ପକୋର୍ଟ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାମ୍ପକୋର୍ଟରେ ସଦସ୍ୟା ରୋଜି ତାବା ଯୋଗଦେଇ ।୩୪୯ ଟି ରେଜିଷ୍ଟ୍ରେସନ ହୋଇଥିବା କେସରୁ ୨୫୦ରୁ ଅଧିକା କେସ ଫଇସଲା କରାଯାଇଥିବା ଜଣାପଡିଛି ।ଶିକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କରେ ଅଧିକା କେସ ଆସିଥିଲା ବୋଲି ସଦସ୍ୟା ରୋଜି ତାବା ସୂଚନା ଦେଇଥିଲେ ।କୋରାପୁଟ ଜିଲ୍ଲାରେ ସରକାରୀ ଯୋଜନା ଉପରେ ଆଦିବାସୀ ସମାଜକୁ ସଚେତନତା କରାଯାଇ ନ ଥିବା ବେଳେ ସହଭାଗିତାର ଅଭାବ ରହିଥିବା ସେ ପ୍ରକାଶ କରିଥିଲେ ।ଯଦି ସହଭାଗିତା ଓ ସଚେତନତା କରାଯାଇଥାନ୍ତା ତେବେ ଏତେ ଗୁଡାଏ ସମସ୍ୟା ଆସି ନ ଥାନ୍ତା ବୋଲି ସେ ସୂଚନା ଦେଇଥିଲେ ।ହୁଇଲ ଚେୟାର ନିମନ୍ତେ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା ହିତାଧିକାରୀମାନଙ୍କୁ  ହୁଇଲ ଚେୟାର  ନ ମିଳିବାରୁ କ୍ୟାମ୍ପକୋର୍ଟରେ ଅଭିଯୋଗ ଆସିଲା ପରେ ଦିଆଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା ଏବଂ ସଭାଗୃହ ବାହାରେ ଅସଂଖ୍ୟ ହୁଇଲ ଚେୟାର ରଖାଯାଇଥିବା ନଜର କରାଯାଇଥିଲା ।କୋରାପୁଟ ଜିଲ୍ଲାରେ ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ବନ୍ଦ ହୋଇଯାଇଥିବାରୁ ଶିଶୁ ଶ୍ରମିକମାନେ ବଂଚିତ ହେଉଥିବା ସମାଜସେବୀ କାମାକ୍ଷା ପ୍ରସାଦ ମାଝି  କ୍ୟାମ୍ପକୋର୍ଟରେ ଅଭିଯୋଗ କରିଥିଲେ ।ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଓ ସଭ୍ୟ ହରିହର ନାୟକ ,କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ ,ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ,ସିଡିଏମଓ ଡାକ୍ତର ଦଧିବାମନ ତ୍ରୀପାଠୀ , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସିମାଞଳ ମହାପାତ୍ର , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ  ,ଶିଶୁ ବିକାଶ କମିଟିର ଅଧ୍ୟକ୍ଷା ଡ. ଗାୟତ୍ରୀ ଦେବୀ , ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ , ଅତିରିକ୍ତ ଶିକ୍ଷା ଅଧିକାରୀ ଅର୍ପତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.