Home ଜିଲ୍ଲା ପରିକ୍ରମା ଜାତୀୟ ଶିକ୍ଷାନୀତି ଆଲୋଚନା

ଜାତୀୟ ଶିକ୍ଷାନୀତି ଆଲୋଚନା

80

ପୁରୀ, ୨୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜାତୀୟ ଶିକ୍ଷାନୀତି ସମ୍ପର୍କରେ ଆଲୋଚନାଚକ୍ର ସୁରଜମଲ ସାହା ମହାବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଛି। କଲେଜ ଅଧ୍ୟକ୍ଷା ପ୍ରଫେସର ହରପ୍ରିୟା ଦାଶ ସେଥିରେ ଅଧ୍ୟକ୍ଷତା କରି ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷଣ ବିଭାଗ ପ୍ରଫେସର ଡଃ ଗୌରାଙ୍ଗ ଚରଣ ନନ୍ଦ କହିଲେ ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସରଳ କରାଗଲେ ତାହା ବୋଧଗମ୍ୟ ହୋଇପାରିବ। ମୂଲ୍ୟାଙ୍କନ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ପ୍ରତ୍ୟେକ କଲେଜରେ ପ୍ରଶ୍ନ ବ୍ୟାଙ୍କ ରଖାଗଲେ ପରୀକ୍ଷା ପରିଚାଳନା ଶୃଙ୍ଖଳିତ ହୋଇପାରିବ। ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରଶ୍ନପତ୍ର ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଥିଲେ। କଲେଜ ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ମୀନାକ୍ଷୀ ମିଶ୍ର, ଅଧ୍ୟାପକ ଡଃ ଦୀପ୍ତି ପ୍ରସାଦ ମହାନ୍ତି, ଅଧ୍ୟାପିକା ସତେଶ୍ୱରୀ ପ୍ରଧାନ, ଅଧ୍ୟାପକ ରିତେଶ ମହାନ୍ତି ଆଲୋଚ୍ୟ ପ୍ରସଙ୍ଗ ଉପରେ ମତାମତ ରଖିଥିଲେ। +୨ ପ୍ରଥମ ବର୍ଷ ଛାତ୍ରୀ ପ୍ରିୟଦର୍ଶିନୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁମିତ୍ରା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ପ୍ରଶ୍ନ ଉତର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.