Home ଜିଲ୍ଲା ପରିକ୍ରମା ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

56

ନୟାଗଡ଼, ୧୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜାତୀୟ ଆଇନସେବା ପ୍ରାଧିକରଣ ଓ ଓଡ଼ିଶା ଆଇନ୍ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ନୟାଗଡ଼ ଜିଲ୍ଲା ଅଦାଲତ ସମେତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୧୮୭ ଗୋଟି ଦେୱାନୀ ଓ ପୌଜଦାରୀ ମାମଲା ଆଗତ ହୋଇ ସେଥିମଧ୍ୟରୁ ୧୩୩ ମାମଲା ଫଇସଲା ହୋଇ ୩୬ଲକ୍ଷ ୯୬ହଜାର ୯୪୮ଟଙ୍କା ହିତାଧିକାରୀମାନଙ୍କୁ ପ୍ରଦାନ ଲାଗି ସ୍ଥିରୀକୃତ ହୋଇଛି। ସେହପରି ୧୬୮୪ଟି ବ୍ୟାଙ୍କ ଋଣ ଅନାଦେୟ ମାମଲା ଆଗତ ହୋଇ ୧୬୬ଟି ମାମଲାର ଫଇସଲା ହୋଇ ୫୨ଲକ୍ଷ ୪୧ ହଜାର ୨୦ ଟଙ୍କା ବ୍ୟାଙ୍କ ଋଣ ଆଦାୟ ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଛି। ସେହିପରି ୪୦ଟି ଗାଡ଼ି ଦୁର୍ଘଟଣା ମାମଲାରୁ ୮ଟି ଫଇସଲା ହୋଇଥିବାବେଳେ ୩୪ଟି ଦେୱାନୀ ମାମଲା, ୩ଟି ଫୌଜଦାରୀ ମାମଲା, ୭ଟି ଚେକ୍ ବାଉନ୍ସ ମାମଲା, ୪ଟି ବୈବାହିକ ମାମଲା ଓ ୭୭ଟି ଅପରାଧ ଜନିତ ମାମଲାର ଫଇସଲା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.