Home ଜିଲ୍ଲା ପରିକ୍ରମା ଜାତୀୟ ରାଜପଥ ସେବା ରାସ୍ତା

ଜାତୀୟ ରାଜପଥ ସେବା ରାସ୍ତା

4

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବଜାର ତୋରତ ପୋଲ ଠାରୁ ବସଷ୍ଟାଣ୍ଡ ଦେଇ ପାଳଦା ବାଙ୍କ ଚକବନ୍ଦୀ ଛକନିକଟକୁ ପ୍ରାୟ ଏକ କିମି ଦୈର୍ଘ୍ୟର ସର୍ଭିସ (ସେବା) ରାସ୍ତା ରହିଛି। ଜାତୀୟ ରାଜପଥ ସଂଯୁକ୍ତ ‘ଜ’ ନାଳ ପାର୍ଶ୍ୱକୁ ଲାଗି ଏହି ରାସ୍ତା ଉପରେ ଭଣ୍ଡାରିପୋଖରୀକୁ ଆସୁଥିବା ଶହ ଶହ ଲୋକ ନିର୍ଭରଶୀଳ ହୋଇଥିବାରୁ ରାସ୍ତାଟି ସର୍ବଦା ଚଳଚଂଚଳ ଥାଏ। ଦୈନିକ ଶହଶହ ବାଇକ ଓ ସାଇକେଲ ସହିତ ବିଭିନ୍ନ ଛୋଟ ଛୋଟ ଯାତ୍ରୀବାହୀ ଯାନ ଏହି ରାସ୍ତାରେ ଗମନାଗମନ କରିଥାଏ। ଏହାଛଡା ଅନେକ ସ୍କୁଲ କଲେଜ ଛାତ୍ର ଛାତ୍ରୀ ବିଭିନ୍ନ ଯାନବାହାନ ଓ ସାଇକେଲ ଯୋଗେ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିଥାନ୍ତି। ଶାରଦା ବିଦ୍ୟାମନ୍ଦିର ନିକଟସ୍ଥ ସ୍ଥାନରେ ଏଯାଏଁ ପାଂଚ ମିଟର ରାସ୍ତା ନବିକରଣ ସମୟରେ କାର୍ଯ୍ୟ ହୋଇନାହିଁ। ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ କିଛି ବିବାଦରୁ ଏହି ସ୍ଥାନଟି ନବୀକରଣ ହୋଇନଥିଲା। ନିର୍ମାଣକାରୀ ସଂସ୍ଥା ୧ କିମି ରାସ୍ତା ମଧ୍ୟରୁ ଏହି ସ୍ଥାନକୁ ଛାଡ଼ିଦେଇ ଯାଇଥିବାରୁ ପ୍ରାୟ ପାଂଚ ବର୍ଷ ହେବ ସ୍ଥାନଟି ଖାଲଖମାରେ ପରିପୂର୍ଣ ହୋଇ ରହିଛି। ଏଥିପାଇଁ ଗମନାଗମନ ବେଳେ ପଥଚାରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦୈନିକ କିଛି ନା କିଛି ଛୋଟମୋଟ ଦୁର୍ଘଟଣା ଏଠାରେ ଘଟୁଥିବାର ନଜିର ରହିଛି। ଯେଉଁ ବିଦ୍ୟାର୍ଥୀ ମାନେ ସାଇକେଲରେ ସ୍କୁଲ କଲେଜ ଯାଉଛନ୍ତି ଟିକିଏ ଅସାବଧାନତା ହେଲେ ଏଠାରେ ରାସ୍ତାରେ ପଡି ଆହତ ହେଉଛନ୍ତି। ବର୍ଷା ଅସରାଏ ହେଲେ ଅବସ୍ଥା ଆହୁରି ଜଟିଳ ହେଉଛି। ବିପଦ ସଙ୍କୁଳ ସ୍ଥାନକୁ ମରାମତି ପାଇଁ ଜାତୀୟ ରାଜପଥ ସଂସ୍ଥା ଦୃଷ୍ଟି ଦେବା ପାଇଁ ଦାବି ହେଉଛି। ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଗତ କିଛି ବର୍ଷ ଧରି ଦୈନନ୍ଦିନ ଲୋକେ ଯାତାୟାତ ଜନିତ ଯନ୍ତ୍ରଣା ଭୋଗୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.