Home ଜିଲ୍ଲା ପରିକ୍ରମା ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

18

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ବାରିକପୁରସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ଜିଲ୍ଲା ଶାଖା ସଭାପତି ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଆଲୋଚନା କରି୍ୱା ସହ ସଂଗଠନର ଲକ୍ଷ୍ୟ ଉଦ୍ଦେଶ୍ୟ ତଥା ଆଗାମୀ ମଇ ୩୧ଓ ଜୁନ ୦୧ରେ ପୁରୀ ଠାରେ ହେବାକୁ ଥିବା ରାଷ୍ଟ୍ରୀୟ ସ୍ତରୀୟ ପ୍ରଶିକ୍ଷଣ ସମାବେଶ ସମ୍ପର୍କରେ ସୂଚନା ଦେଇଥିଲେ । ଯାଜପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତୁ ବେହେରା ନିଜର ଅଭିଜ୍ଞତା ଓ କାମକରିବାର ଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଏତଦ୍ ବ୍ୟତୀତ ଭଣ୍ଡାରିପୋଖରୀରୁ ଅନନ୍ତ ତ୍ରିପାଠୀ, ପୁରୁଷୋତ୍ତମ ଧଳ, ପ୍ରଫୁଲ୍ଲ କୁମାର ସାହୁ, ଘନଶ୍ୟାମ ସ୍ୱାଇଁ, ଅକ୍ଷୟ କୁମାର ମହାନ୍ତି, ନୃସିଂହ ଖୁଣ୍ଟିଆ, ଭଦ୍ରକରୁ ପ୍ରସନ୍ନ କୁମାର ପ୍ରଧାନ, ଜଗନ୍ନାଥ ରାୟ, ଧୀରେନ୍ଦ୍ର ନାରାୟଣ ପଣ୍ଡା, ବିକ୍ରମ ଚରଣ କୁଅଁର, ବନ୍ତରୁ ମହେନ୍ଦ୍ର କୁମାର ତ୍ରିପାଠୀ, ରୂପଶ୍ରୀ ରାଉତ, ସନ୍ତୋଷ କୁମାର ରାଉତ, ଧାମନଗରରୁ ରମେଶ ଚନ୍ଦ୍ର ଦାସ, ଜୟନ୍ତ କୁମାର ବେହେରା, ପ୍ରଦ୍ୟୁମ୍ନ ନାୟକ, ବାସୁଦେବପୁରରୁ ଶକୁନ୍ତଳା ଦାଶ, ଦୟାନିଧି ନାୟକ, କେନ୍ଦୁଝର ମଉଦାରୁ ସୁବୋଧ କୁମାର ସାହୁ, ସୁକାନ୍ତି ପଢିଆରି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲା ଶାଖା କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ନାୟକ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.