Home ଜିଲ୍ଲା ପରିକ୍ରମା ଜାତୀୟ ତାଏକ୍ୱୋଣ୍ଡୋ ଚମ୍ପିୟନସିପ୍‌, ୨୮ ପଦକ ସହ ଓଡିଶା ଚତୁର୍ଥ

ଜାତୀୟ ତାଏକ୍ୱୋଣ୍ଡୋ ଚମ୍ପିୟନସିପ୍‌, ୨୮ ପଦକ ସହ ଓଡିଶା ଚତୁର୍ଥ

7

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ତାଏକ୍ୱୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ’ ଆନୁକୂଲ୍ୟରେ, ଦେବଭୂମି ଉତରାଖଣ୍ଡ ରାଜ୍ୟ ଅନ୍ତର୍ଗତ ହରିଦ୍ୱାର ସ୍ଥିତ ‘ବନ୍ଦନା କଟାରିଆ ଷ୍ଟାଡିୟମ’ରେ ଆୟୋଜିତ ତ୍ରିଦିବସୀୟ ୪୨ତମ ଜାତୀୟ ତାଏକ୍ୱୋଣ୍ଡୋ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଟିମ୍ ଓଡିଶା ୬ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ସହ ମୋଟ ୨୮ଟି ପଦକ ଜିଣି ଦଳଗତ ସଫଳତାର ଚତୁର୍ଥ ସ୍ଥାନରେ ରହିଛି। ଚଳିତ ସଂସ୍କରଣରେ ‘ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡିଶା’ର ସାଧାରଣ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଡିଶାରୁ ୩୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସଂଗ୍ରାମ ତ୍ରିପାଠୀ ଓ ଧନେଶ୍ୱର ଜେନା ମ୍ୟାନେଜର ରୂପେ ଏବଂ ଆଦ୍ୟାଶା ଦାସ ଓ ସୁଧାକର ଜେନା ପ୍ରଶିକ୍ଷକ ରୂପେ ଦାୟିତ୍ୱ ବହନ କରିଥିଲେ। ଫେଡେରେସନ୍ ତରଫରୁ ଓଡିଶାରୁ ଅଶୋକ ସାହୁ, ଶେଖ୍ ସମୀର ଓ ସୁରେଶ ନାୟକଙ୍କୁ ରେଫରୀ ରୂପେ ନିଯୁକ୍ତି ମିଳିଥିଲା। ‘ଟିମ୍ ଓଡ଼ିଶା’ର ପ୍ରତିଯୋଗୀ ନୟୋନିକା ଦାସ ଦୁଇଟି ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ ଶୁଭଶ୍ରୀ ପ୍ରିୟଦର୍ଶିନୀ ଦାସ, ପି.ଆତ.ର୍ କଶିସ୍‌, ଅଭିଜିତ କୁମାର ସାହୁ ଓ ଅଶୋକ କୁମାର ସାହୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ସେହିପରି କମଳ ଲୋଚନ ସାହୁ ଦୁଇଟି ରୌପ୍ୟ ପଦକ ଜିଣିଥିବା ବେଳେ ଅପରୂପା ଜେନା, ଇସିତା ପଟ୍ଟନାୟକ, କାବ୍ୟା ଦାଶ, ପୁଷ୍ପାଞ୍ଜଳି ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଅଭିମାନ ଅନୁପ୍ରାସ ମଲ୍ଲିକ ଓ ଦେବାଂଶ ମହାନ୍ତି ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତିଛନ୍ତି। ଶ୍ରେୟାଂଶ ସାହୁ ଦୁଇଟି ବ୍ରୋଞ୍ଜ ପଦକ ଜିଣିଥିବା ବେଳେ ଅପରୂପା ଜେନା, ଅନିନ୍ଦିତା ମିଶ୍ର, ଶୁଭଶ୍ରୀ ଦାସ, ଅଭୟ କୁମାର ପରିଡା, ଚନ୍ଦନ ଜେନା, ଯତିନ୍ କୁମାର ସାହୁ, କୃଷ୍ଣ ଗୋପାଳ ପ୍ରଧାନ, ପଦ୍ମଲୋଚନ ସିଂ, ଶ୍ରୀମାନ ଅୟସ ନାରାୟଣ, ଶ୍ରେୟାକ୍ ବରାଳ ଓ ତେଜସ୍ ନାୟକ ଗୋଟିଏ ଲେଖାଏଁ ପଦକ ଜିତିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ସଂସ୍କରଣର ସ୍ୱର୍ଣ୍ଣପଦକ ବିଜେତାମାନେ ଆସନ୍ତା ନଭେମ୍ବର ମାସରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ତାଏକ୍ୱୋଣ୍ଡୋ ଚମ୍ପିୟାନସିପରେ ଭାରତର ପ୍ରତିନିଧିତ୍ୱ କରିବେ। ଉଦଯାପନ ଉତ୍ସବରେ ଭାରତୀୟ ତାଏକ୍ୱୋଣ୍ଡୋର ଜନକ, ଡାଃ ଜିମ୍ମୀ ଆର୍ତ ଜାଗତିଆନୀ ଅଧ୍ୟକ୍ଷତା କରିଥିଲେ। ଉତରାଖଣ୍ଡ କ୍ରୀଡାମନ୍ତ୍ରୀ ରେଖା ଆର୍ଯ୍ୟ, ଉତରପ୍ରଦେଶ ବିଧାନ ପରିଷଦର ଅଧ୍ୟକ୍ଷ ସୁଧୀର ହଲୱାସିଆ, ମେଜର୍ ଜେନେରାଲ ଜଗଦୀପ୍ ସିଂ ଓ ଜାତୀୟ ମାନବାଧିକାର କମିଶନ ସଦସ୍ୟ ବିଜୟ ଲକ୍ଷ୍ମୀ ବିହାନ, ଅତିଥି ରୂପେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପଦକ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.