Home ଜିଲ୍ଲା ପରିକ୍ରମା ଜାତୀୟ କ୍ରୀଡା ଦିବସର ଉଦଯାପନୀ ଉତ୍ସବ

ଜାତୀୟ କ୍ରୀଡା ଦିବସର ଉଦଯାପନୀ ଉତ୍ସବ

6

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜାତୀୟ କ୍ରୀଡା ଦିବସ ର ଉଦଯାପନୀ ଉତ୍ସବରେ ସକାଳେ ଏକ ସାଇକେଲ ରାଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରୁ ବିଧାୟକ ସିତଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲିପ ରାଉତରାଏ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଇ ସମୟରେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ୟାମଳ ରାୟ, ଡେପୁଟୀ କଲେକ୍ଟର କାର୍ଲିକ ନାଥ ମଣ୍ଡଲ ଓ ଓ ଏସ ଡି ରମେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ସନ୍ଧ୍ୟା ରେ ଜିଲ୍ଲା ସଂସ୍କୃତି ଭବନ ରେ ଏକ ବକ୍ତୁତା ସହିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ରୁ ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ଏଥିରେ ସାଂସଦ ଅଭିମନ୍ୟୁ ସେଠୀ,ବିଧାୟକ ଶିତାଂଶୁ ଶେଖର ମହାପାତ୍ର,ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ୟାମଳ ରାୟ, ଡେପୁଟୀ କଲେକ୍ଟର କାର୍ଲିକ ନାଥ ମଣ୍ଡଲ ଓ ଓ ଏସ ଡି ରମେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ। ଆଜି ର ବ୍ୟସ୍ତ ବହୁଳ ଜୀବନ ରେ ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଦୈନିକ ଏକ ଘଂଟା ଖେଳକୁଦ ରେ ବିତାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଅତିଥି ମାନେ କହିଥିଲେ। ସାଂସଦ ଖେଳ ଆପ ର ବହୁଳ ବ୍ୟବହାର କରିବା ପାଇଁ ତଥା ଏ ବିଷୟ ରେ ସବିଶେଷ ତଥ୍ୟ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ତରଫ ରୁ ଏକ ମକ୍ଟଦ୍ଭଗ୍ଧବମଗ୍ଧ ଦ୍ଭଙ୍କଜ୍ଞଭରକ୍ସ ଜାରି କରିବା ପାଇଁ ସାଂସଦ ନିବେଦନ କରିଥିଲେ। ଜିଲ୍ଲା ରେ କ୍ରୀଡ଼ା କ୍ଷେତ୍ର ରେ ସୁନାମ ଅର୍ଜନ କରିଥିବା ଖେଳାଳୀ ମାନଙ୍କୁ ସମ୍ବୋଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.