Home ଜିଲ୍ଲା ପରିକ୍ରମା ଜାତୀୟ କଂଗ୍ରେସ ଓ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ଓଡିଶା ବନ୍ଦ ସ୍ୱତଃସ୍ପୁର୍ତ ଭାବେ ସଫଳ

ଜାତୀୟ କଂଗ୍ରେସ ଓ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ଓଡିଶା ବନ୍ଦ ସ୍ୱତଃସ୍ପୁର୍ତ ଭାବେ ସଫଳ

9

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବ ଘୋଷଣା ମତେ ଜାତୀୟ କଂଗ୍ରେସ ଓ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ଭଦ୍ରକରେ ଓଡ଼ିଶା ବନ୍ଦ ସ୍ୱତଃସ୍ପୂର୍ତ ଭାବେ ସଫଳ ହୋଇଛି । ଏଠାରେ ସୂଚନାଯୋଗ୍ୟ ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ନେତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆନୁଷ୍ଠାନିକ ହତ୍ୟା ର ଅଭିଯୁକ୍ତ ଅଧ୍ୟାପକ ମାନଙ୍କୁ ଗିରଫ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା, ସୌମଶ୍ରୀ ଆନୁଷ୍ଠାନିକ ହତ୍ୟା ର ନ୍ୟାୟିକ ତଦନ୍ତ ଦାବି କରି ମିଳିତ ବାମପନ୍ଥୀ ଦଳ ଓ ଜାତୀୟ କଂଗ୍ରେସ ପକ୍ଷରୁ ମିଳିତ ଭାବେ ଏକ ପଟୁଆର ଭଦ୍ରକ ବନ୍ତ ଛକ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଓଡିଶା ବଂଦ କୁ ଭଦ୍ରକବାସୀ ସଫଳ କରି ଥିବାରୁ ଧନ୍ୟବାଦ ଦେଇଥିଲେ । ଏହି ଶୋଭାଯାତ୍ରାରେ ଜାତୀୟ କଂଗ୍ରେସ ଜିଲ୍ଳା ସଂଯୋଜକ ଅସିତ୍ ପଟ୍ଟନାୟକ, ପୂର୍ବତନ କଂଗ୍ରେସ ସଭାପତି ନଳିନୀ ମହାନ୍ତି,ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଦଳିତ ସେଲର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଜେନା, ସନିଆ ନନ୍ଦ, ନାରୀନେତ୍ରୀ ଅମିତାବାଳା ଆଚାର୍ଯ୍ୟ, ଦେବରୁପ ମହାନ୍ତି, ହେମନ୍ତ ସାହୁ,ଭଦ୍ରକ ବ୍ଲକ ସଭାପତି ଆଇନଜୀବୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ସି.ଏଲ.ଏଫ.ର ଜିଲ୍ଳା ସଭାନେତ୍ରୀ ଉର୍ମିଳା ପଣ୍ଡା, ସମ୍ପାଦିକା ଜୟନ୍ତୀ ବିଶ୍ୱାଳ, କୋଷାଧ୍ୟକ୍ଷା ମଞ୍ଜୁଲତା ଦାସ, ନାରୀନେତ୍ରୀ ମଧୁମିତା ପୃଷ୍ଟି, ଗୀତାଞ୍ଜଳୀ ନାୟକ, ରୁକ୍‌ସାନା ବିବି, ଦୀପ୍ତିପ୍ରଭା ରାୟ, ଗୁଡ଼ିଆ ଫର୍ଜାନା, ଅଖିଳ ଭାରତ ଗଣତ୍ରାନ୍ତ୍ରିକ ମହିଳା ସମିତିର ରାଜ୍ୟ ସମ୍ପାଦିକା ସୁରଜିତା ନାୟକ,ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ରାଧାନାଥ ଦାସ, ଗିରିଧାରୀ ନାଥ,କୃଷକ ନେତା ଚନ୍ଦ୍ରଶେଖର ନାୟକ,ଶ୍ରମିକ ନେତା ରମେଶ ଜେନା, ଯୁବ ନେତା ପ୍ରକାଶ ଜ୍ୟୋତି ମହାକୁଡ, ହାକିମ ଦାସ , ଚାଷୀ ବିମ୍ବାଧର ବାରିକ୍‌, ସେକ୍ ସନାଉଲ୍ଲା ପ୍ରମୁଖ ନେତୃତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ଜେନା, କାଳନ୍ଦୀ ପାତ୍ର, ଡ. ପ୍ରହଲ୍ଲାଦ ପତି, ନବ ବେହେରା, ନିରଂଜନ ପାଣି, ଦିଲ୍ଲୀପ ନାୟକ , ପ୍ରଭାତୀ ଜେନା, ପ୍ରଭାତୀ ନାୟକ, ଶୁମତି ନାୟକ, ଶିଖା ମହାପାତ୍ର ଶାନ୍ତିଲତା ବାରିକ, ସଂଯୁକ୍ତା ଯାଦବ, ଶାନ୍ତିଲତା ନାୟକ, ପଦ୍ମିନୀ ପଣ୍ଡା, ଶ୍ରମିକ ନେତା ବାମଦେବ ମିଶ୍ର, ଅକ୍ଷୟ ମଲ୍ଲିକ, ବିଶ୍ୱନାଥ ନାୟକ, ଚକ୍ରଧର ପାତ୍ର, ସେକ୍ ରୋଷନ, ସତାର , ସେକ୍ସତା ରୁଦ୍ଦିନ, ନରେନ୍ଦ୍ର ଦାସ, କଲାମ ଖାଁ, ପ୍ରଫୁଲ୍ଲ ସାମଲ, ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିଲେ । ଆଜିର ଏହି ବନ୍ଦ ଫଳରେ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ, ସ୍କୁଲ – କଲେଜ,ବ୍ୟାଙ୍କ, ବ୍ୟବସାୟ ପ୍ରତିଷ୍ଠାନ, ବସ, ଟ୍ରକ ଓ ଚରମ୍ପା ରେଳଷ୍ଟେସନରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । କେବଳ ସାଇକେଲ, ବାଇକ ଓ ଜରୁରୀ ଚିକିତ୍ସା ଗାଡି ଗୁଡିକ ଚଳାଚଳ କରିଥିଲା । ୧୬ନମ୍ବର ଜାତୀୟ ରାଜପଥରେ ଯାନ ବାହନ ଚଳାଚଳ ଠପ ହୋଇଯାଇଥିଲା । ବାହାର ରାଜ୍ୟରୁ ଆସିଥିବା ଘରୋଇ ବସ ଗୁଡିକର ତୀର୍ଥ ଯାତ୍ରୀଙ୍କୁ ରାସ୍ତା ଉପରେ ଖାଦ୍ୟ ରନ୍ଧାହୋଇ ଖାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.