Home Coronavirus Outbreak ଜାଣନ୍ତୁ ଆଜିର ୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଜାଣନ୍ତୁ ଆଜିର ୬ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

638

ଭୁବନେଶ୍ୱର ୨୩ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଆଜି ଯାଜପୁରରୁ ଆଉ ୪ କୋରୋନା ପଜିଟିଭ ଚିହ୍ନଟ ହେବାପରେ ବାଲେଶ୍ୱରରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି। ଯାଜପୁରରେ ଚିହ୍ନଟ ହୋଇଥିବା ୪ ଜଣ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରିବାରର ସଦସ୍ୟ। ଏହି ୪ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ମହିଳାମାନଙ୍କ ବୟସ ଯଥାକ୍ରମେ ୪୮, ୭୦ ଓ ୮୦ ବର୍ଷ ହୋଇଥିବା ବେଳେ ଜଣେ ୨୧ ବର୍ଷୀୟ ଯୁବକ ଅଛନ୍ତି।

ସେହିପରି ବାଲେଶ୍ୱରରୁ ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ। ସେମାନେ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ଦୁଇ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଓ ଗସ୍ତ ବିବରଣୀ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.