ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ନିକଟସ୍ଥ ଜାଗୁଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୧ତମ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ଯ ପରିବେଶରେ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବ ଉଦ୍ଘାଟିତ ହୋଇଥିଲା। ବିଦ୍ୟାଳୟର ସଭାପତି ଶିକ୍ଷାବିତ୍ ନିରଞ୍ଜନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ମନ୍ଦାରୀ କଲେଜର ଶିକ୍ଷା ଅଧ୍ୟାପକ ପ୍ରହଲ୍ଲାଦ ମାହୁନ୍ତ,ମୁଖ୍ୟବକ୍ତା ଚାନ୍ଦବାଲି ବ୍ଲକ ବିଜ୍ଞାନ ସଂଯୋଜକ ଅମୂଲ୍ୟ କୁମାର ରାଉତ, ସମ୍ମାନିତ ଅତିଥି ସି.ଆର.ସି.ସି ରଞିତ କୁମାର ଜେନା,ପ୍ରକୃତି ବନ୍ଧୁ ଶରତ କୁମାର ଦଳେଇ ପ୍ରମୁଖ ଯୋଗ ଦେଇ ସାଂପ୍ରତିକ ସମାଜରେ ମୂଲ୍ୟବୋଧ ଭିତ୍ତିକ ନୈତିକ ମୂଲ୍ୟଯୁକ୍ତ ଶିକ୍ଷା ଉପରେ ସାରଗର୍ଭକ ବକ୍ତବ୍ୟ ସହ ଛାତ୍ର ଛାତ୍ରୀମାନେ ମୋବାଇଲ ଠାରୁ ଦୂରେଇ ରହି ପୁସ୍ତକ ପଠନ ଉପରେ ଗୁରୁତ୍ୱ ଦେବାକୁ ମାର୍ଗଦର୍ଶନ କରିଥିଲେ।ଏଥିରେ ସମ୍ପାଦକ ରବୀନ୍ଦ୍ର କୁମାର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅବିଭାବକ ସଂଘର ସଭାପତି ସତ୍ୟଜିତ ମୈଶାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନ ମୁଗ୍ଧକର ହୋଇଥିଲା।








