Home ଜିଲ୍ଲା ପରିକ୍ରମା ଜାଗୁଳା ଏବଂ ଧାମରା ପଂଚାୟତରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା

ଜାଗୁଳା ଏବଂ ଧାମରା ପଂଚାୟତରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା

5

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାକିସ୍ଥାନୀ ଆତଙ୍କବାଦୀ ମାନଙ୍କୁ ଦମନ କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୁର। ପାକିସ୍ଥାନ ଆତଙ୍କବାଦୀ ଶିବିରକୁ ଖୋଜି ଖୋଜି ଧ୍ୱଂସ କରିଥିଲା ଭାରତୀୟ ସେନା।ଭାରତୀୟ ସେନାର ବିଜୟ ଯାତ୍ରା ବିଶ୍ୱକୁ ଚକିତ କରି ଦେଇଥିବା ବେଳେ ଏହି ସାହାସୀ ଯବାନ ମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସାରା ଦେଶରେ ଆରମ୍ଭ ହୋଇଛି ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା। ଆଜି ଜାଗୁଳା ଏବଂ ଧାମରା ପଂଚାୟତରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ସଶକ୍ତ କରାଇବା ଏହାର ମୂଳ ଲକ୍ଷ ବୋଲି ମତ ପ୍ରକାଶ ପାଇଥିଲା।ଆଜି ଏହି ଶୋଭାଯାତ୍ରା ନରସିଂହପୁର ରୁ ବାହାରି ଜାଗୁଳା ଏବଂ ଧାମରା ପଂଚାୟତ ଅତିକ୍ରମ କରିବା ପରେ ନରସିଂହପୁର ଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ସଭାରେ ସେନା ନିବୃତ କର୍ମଚାରୀ ନରହରି ମଲିକ ଭାରତୀୟ ବୀର ଜଓାନଙ୍କ ଗାଥା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଆଜି ହୋଇଥିବା ଏହି ଶୋଭାଯାତ୍ରାରେ ଧାମରା ପଂଚାୟତର ସମିତି ସଭ୍ୟ ପାପା ଜେନା, ଧାମରାଇ ମଣ୍ଡଳ ସଭାପତି ଟୁଲୁ ପ୍ରଧାନ,ଅଭିମନ୍ୟୁ ରାଉତ, ଜାଗୁଳା ପଂଚାୟତ ସମିତି ସଭ୍ୟ ସଂଯୁକ୍ତା ଦାସ, ଧାମରା ସରପଂଚ ମଲି ମାଝୀ, ଅର୍ଜୁନୀ ମାଝୀ, ସୁବାଶ ଦାସ,ନିକୁଞ୍ଜ ମଲିକ, ସନ୍ଦୀପ ମହାନ୍ତି, ରସିଦ ଖାନ, ଅକ୍ଷୟ ବେହେରା, ମାନସ ନାୟକ, ବସନ୍ତ ଖିଲାର, ଦେବବ୍ରତ ବିଶ୍ୱାଳ, ଅମଳେନ୍ଦୁ ବେରା, ସୁକଦେବ ମଣ୍ଡଳ, ପ୍ରହ୍ଲାଦ ସ୍ୱାଇଁ, ନିରୋଦ କୁମାର ନାୟକ,ମଦନ ଆଦେକ, ଅରବିନ୍ଦ ମାନ୍ନା, ତପନ ସାହୁ, ମାନଗୋବିନ୍ଦ ପରିଡା, ଦୀପକ ପରିଡା, ପ୍ରବୀର ବେରା, ଅଶୋକ ରାଉତ ଙ୍କ ସମେତ ୬ଶହରୁ ଉର୍ଦ୍ଧ ପଂଚାୟତବାସୀ ଏହି ଶୋଭାଯାତ୍ରାରେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.