Home ଜିଲ୍ଲା ପରିକ୍ରମା ଜାଗୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତି ଉତ୍ସବ ପାଳିତ

ଜାଗୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତି ଉତ୍ସବ ପାଳିତ

13

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଜାଗୁଳା ପଂଚାୟତେର ଥିବା ଜାଗୁଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ୍ଦେ ମାତରଂ ର ୧୫୦ବର୍ଷ ପୂର୍ତୀ ଉପଲେକ୍ଷ ଏକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାକର ବେହେରାଙ୍କ ତତ୍ୱାବଧାନରେ ଶତାଧିକ ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ରଚିତ ବନ୍ଦେ ମାତରଂ ୧୫୦ବର୍ଷ ପୂର୍ତୀ ଉପଲକ୍ଷେ ଏହା ଗାନ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ ଲିଖନ , ତର୍କ ,ଜଣାଅଜଣା ଆଦି କାଯ୍ୟର୍କ୍ରମମାନ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଶିକ୍ଷୟତ୍ରୀ ଏହି ସମସ୍ତ ବିଷୟରେ ମୂଲ୍ୟାଙ୍କନ କରିବା ସହ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଂଟନ କରିଥିଲେ। ଆଜି ହୋଇଥିବା ବନ୍ଦେ ମାତରଂ ଗାନ ଏବଂ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ବେହେରା, ହୋଲେଡନ ପ୍ରଭାବଳ, ପଂଚାନନ ବେହେରା, ବିଶ୍ୱଭୂଷଣ ଜଗମୋହନ ରାଉତ ଏବଂ ଭାଗିରଥି ସାମଲ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.