Home ଜିଲ୍ଲା ପରିକ୍ରମା ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ପତି ପତ୍ନୀଙ୍କୁ ମରଣାତ୍ମକ ଆକ୍ରମଣ

ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ପତି ପତ୍ନୀଙ୍କୁ ମରଣାତ୍ମକ ଆକ୍ରମଣ

10

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ତରାଗୋ ଗ୍ରାମର ମାଧବ ସାହିରେ ଜାଗା ବାଡ଼ି ବିବାଦକୁ ନେଇ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ ହୋଇଛି। ତୁଷାର ରାଉଳଙ୍କ ସ୍ତ୍ରୀ ସରସ୍ୱତୀ ରାଉଳ ବାଡ଼ିରେ ଅମୃତ ଭଣ୍ଡା ତୋଳୁ ଥିବାବେଳେ, ଶୁଭେନ୍ଦୁ ରାଉଳ ଓ ତାଙ୍କ ପତ୍ନୀ ମରଣାତ୍ମକ ଆକ୍ରମଣ କରିଛନ୍ତି। ପୂର୍ବରୁ ଜାଗାବାଡ଼ି ବିବାଦ ନେଇ ବିଭିନ୍ନ ସମୟରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଆସୁଥିଲେ। ଆଜି ଏକ ଅମୃତ ଭଣ୍ଡା ଗଛକୁ କେନ୍ଦ୍ର କରି ସରସ୍ୱତୀକୁ ମାରଣାସ୍ତ୍ରରେ ମରଣାତ୍ମକ ଆକ୍ରମଣ କରାଯାଇ ଥିବା ବେଳେ ସ୍ୱାମୀ ତୁଷାରଙ୍କୁ ମଧ୍ୟ୍ୟ ଗୋଟିଆ ରେ ଆକ୍ରମଣ ହୋଇଛି। ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଯାଇଥିଲେ। ପ୍ରଥମେ ତାଙ୍କୁ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ନେଇ ବନ୍ତ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲାବେଳେ ବନ୍ତ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଯଦି ଏହି ଘଟଣା ଉପରେ ଦୋଷୀଙ୍କ ବିରୋଧରେ ବନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନିଏ, ଆଗାମୀ ଦିନରେ ଜିଲ୍ଲାପାଳ ଓ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରକାଶ କରିଥିଲେ ତୁଷାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.