Home ଜିଲ୍ଲା ପରିକ୍ରମା ଜାଗରଯାତ୍ରା ପାଇଁ ଚଳଚଂଚଳ ଆଖଣ୍ଡଳମଣିପୀଠ, ରାତ୍ର ୧ଟାରେ ସୁନାବେଶ ; ଭୋର ୪ଟା୩୦ରେ ମନ୍ଦିରଚୁଡାକୁ ଉଠିବ...

ଜାଗରଯାତ୍ରା ପାଇଁ ଚଳଚଂଚଳ ଆଖଣ୍ଡଳମଣିପୀଠ, ରାତ୍ର ୧ଟାରେ ସୁନାବେଶ ; ଭୋର ୪ଟା୩୦ରେ ମନ୍ଦିରଚୁଡାକୁ ଉଠିବ ମହାଦୀପ

2

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଜାଖରଯାତ୍ରା ପାଇଁ ଚଳଚଂଚଳ ହୋଇପଡିଛି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ମଙ୍ଗଳବାର ରୀତିନୀତି ଅନୁଯାୟୀ ଏକବାର ନୀତି ସମ୍ପନ୍ନ ହୋଇଛି। ଭୋର ୪ଟାରେ ସକାଳ ଧୂପ ସରିବା ପରେ ଗର୍ଭଗୃହରେ ନୂଆଚାନ୍ଦୁଆ ଲାଗି ହୋଇଥିଲା। ଅପରାହ୍ଣରେ ମନ୍ଦିରଚୂଡାରେ ନୂଆନେତ ଲାଗି ହେଲା ପରେ ସଂଧ୍ୟାରେ ଏକବାର ଅନ୍ନ ନୀତିଭୋଗ ଲାଗି କରାଯାଇଥିଲା। ଆଜି ଜାଗର ଯାତ୍ରା ପାଇଁ ପୀଠରେ ସମସ୍ତ ନୀତିକାନ୍ତି ସହଳ କରାଯିବ। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍‌ଯାରିକେଡ କରାଯାଇଥିବା ବେଳେ ପୂଜାର୍ଚ୍ଚନା ଦୀପଲାଗି ପାଇଁ ମନ୍ଦିର ଭିତରେ ଓ ବାହାରେ କଡା ବ୍ୟବସ୍ଥା କରାଯାଇଛି। ସଂଧ୍ୟାରୁ ରାତ୍ର ୧୨ଟା ମଧ୍ୟରେ ୪ପ୍ରହର ପୂଜା , ରୁଦ୍ରାଭିଷେକ, ଜଳାଭିଷେକ ନୀତି ସରିବା ପରେ ରାତ୍ର ୧ଟାରେ ସୁନାବେଶ ଓ ଭୋର ୪ଦ୩୦ରେ ମନ୍ଦିରଚୂଡାକୁ ମହାଦୀପ ଉଠିବ। ଏଥିପାଇଁ ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍‌ଯପଟେ ମହାଦୀପ ସେବାୟତ ଓ ଅନ୍ୟ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ କନିକାରାଜାଙ୍କ ପହିଲି ପୂଜା ଓ ଘର୍ଷଣ ଲାଗି ନିମନ୍ତେ ବଡପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପଯ୍ୟାୟରେ ପହଁଚିଥିବା ସେବାୟତଙ୍କ ଦ୍ୱାରା ସୂଚନା ଦିଆଯାଇଛି। ପୀଠରେ ଭଦ୍ରକ ଏସପି ମାଡକର ସନ୍ଦିପ ସମ୍ପଦ, ଉପଜିଲାପାଳ ତଥା ଟ୍ରଷ୍ଟି ସୌରଭ ଚକ୍ରବର୍ତୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ଉପରେ ନଜର ରଖିଛନ୍ତି। ଚଳିତବର୍ଷ ପୀଠରେ ୨ଦିନ ମଙ୍ଗଳବାର ଓ ବୁଧବାର ଜାଗର ମହୋତ୍ସବ ପାଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.