Home ଜିଲ୍ଲା ପରିକ୍ରମା ଜଳେଶ୍ୱରପୁର ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହେଲେ ମହିଳା, ପୁଲିସ ପ୍ରଶାସନ ପ୍ରତିଶ୍ରୁତି ଦେବା...

ଜଳେଶ୍ୱରପୁର ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହେଲେ ମହିଳା, ପୁଲିସ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଲା

4

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଜଳେଶ୍ୱରପୁର ଠାରେ ମଦ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଉଗ୍ରରୂପ ନେଉଛି। ପ୍ରଶାସନକୁ ମହିଳା ମାନେ ଚେତାବନୀ ଦେବା ସତ୍ୱେ ପୁଲିସ ପ୍ରଶାସନ ଚୋରା ମଦ କାରବାରକୁ ରୋକିବାରେ ବିଫଳ ହେଉଥିବାରୁ ଆଜି ଜଳେଶ୍ୱରପୁର ପଂଚାୟତର ଶତାଧିକ ମହିଳା ଆସି ବଇଦପୋଖରୀ ଛକ ଠାରେ ରାସ୍ତା ରୋକ କରିଥିଲେ। ଜଳେଶ୍ୱର ପୁର ପଂଚାୟତରେ ଚୋରା ମଦ ବେପାରକୁ ବନ୍ଦ କରିବା ପାଇଁ ମହିଳା ମଣ୍ଡଳ ବହୁ ଦିନ ହେବ ଦାବୀ କରି ଆସୁଥିଲେ ମାତ୍ର ପୁଲିସ ପ୍ରଶାସନ ସେମାନଙ୍କୁ କୌଣସି ପରିସ୍ଥିତିରେ ସହଯୋଗ କରୁ ନଥିବାରୁ ଆଜି ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇ ଥିଲେ। ଫଳରେ ବଇଦପୋଖରୀ ଛକ ଠାରେ ଶତାଧିକ ମହିଳା ସକାଳ ୮ଟାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ। ପରେ ବାଂଶଡା ପୁଲିସ ସେଠାରେ ପହଂଚିବା ପରେ ସମସ୍ତ ମହିଳା ମାନଙ୍କୁ ଏହି ଚୋରା ମଦ ବେପାର ବନ୍ଦ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.